Pratidin TV

Odisha's Digital News Platform

ବିଲ ଗେଟ୍ସଙ୍କୁ ଚା’ ପରଷି ବଢିଗଲା ଡଲି ଚାଏଓ୍ବାଲାଙ୍କ ଡିମାଣ୍ଡ : ଗୋଟିଏ ଇଭେଣ୍ଟ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ..

1 min read

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେଣି ଯେ , ଲୋକମାନେ ତାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିବା ଆରମ୍ଭ କଲେ। ତାଙ୍କର ଅଦ୍ଭୁତ ଆଚରଣ ଏବଂ ଚା ତିଆରି କରିବାର ଉପାୟ ତାଙ୍କୁ ବେଶ ଲୋକପ୍ରିୟ କରିଛି । ତେବେ ସେ ଫେମସ ହେବାପରେ ଏବେ ଯଦି ତାଙ୍କୁ କେହି ଡାକିବ ତାହେଲେ ତାଙ୍କୁ ଏଥିପାଇଁ ଭାରି ମୂଲ୍ୟ ଦେବାକୁ ପଡ଼ିବ । 

କୁଏତ୍‌ର ଜଣେ ଫୁଡ୍‌ ବ୍ଲଗର୍‌ ତାଙ୍କୁ ଏକ ଇଭେଣ୍ଟକୁ ନିମନ୍ତ୍ରଣ କରିବା ପରେ ନିକଟରେ ଏହା ପ୍ରକାଶ କରିଥିଲେ। ଏକେ ଫୁଡ ବ୍ଲଗର ନିକଟରେ ଇନଷ୍ଟାଗ୍ରାମରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି  । ଇନଷ୍ଟା ପୋଷ୍ଟରେ, ବ୍ଲଗର୍‌ କୁଏତରେ ଏକ ଶୋ’ ପାଇଁ ପ୍ରସିଦ୍ଧ ଚା’ ବିକ୍ରେତା ଡଲି ଚାଏୱାଲାଙ୍କୁ ଆମନ୍ତ୍ରଣ କରିବା ସହିତ ତାଙ୍କ ଖର୍ଚ୍ଚ ବିଷୟରେ ପ୍ରକାଶ କରିଥିଲେ। ବ୍ଲଗର୍‌ କହିଛନ୍ତି ଯେ, ସେ ଡଲି ଚାୱାଲାଙ୍କୁ କୁଏତକୁ ନିମନ୍ତ୍ରଣ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଦାବି ବହୁତ ଅଧିକ ଥିଲା।  ଡଲି ଚାଏୱାଲା ଗୋଟିଏ କାର୍ଯ୍ୟକ୍ରମ ପାଇଁ ୫ ଲକ୍ଷ ଟଙ୍କା ଦାବି କରିଛନ୍ତି। ଏହା ବ୍ୟତୀତ ୪ କିମ୍ବା ୫ ତାରକା ହୋଟେଲ ବୁକିଂ କରିବାକୁ ଡିମାଣ୍ଡ କରିଛନ୍ତି । ସେ ନିଜେ ନୁହଁନ୍ତି ବରଂ ତାଙ୍କ ମ୍ୟାନେଜର ଏକଥା ଜଣାଇଥିଲେ।

Leave a Reply

Your email address will not be published. Required fields are marked *