Pratidin TV

Odisha's Digital News Platform

ବଦଳିଲା ଡଲି ଚାଏ ୱାଲାର ଭାଗ୍ୟ , ମାଇକ୍ରୋସଫ୍ଟ ର ୱିଣ୍ଡୋଜ୍ ୧୨ର ହେବେ ବ୍ରାଣ୍ଡ ଆମ୍ବାସଡର !

1 min read

ଭାଗ୍ୟ ଏମିତି ବି ପରିବର୍ତ୍ତନ ହୋଇପାରେ । ରାତାରାତି ଭାଗ୍ୟ ବଦଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଏହି ଚାଏ ୱାଲା , ଯିଏ ସାମାନ୍ୟ ଚାଏ ୱାଲାରୁ ଏବେ ପାଲଟିବେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୧୨ର ବ୍ରାଣ୍ଡ ଆମ୍ବାସଡର । ହଁ ଆଜ୍ଞା ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ନାଗପୁର ପ୍ରସିଦ୍ଧ ଡଲି ଚାଏ ୱାଲା । ଯାହା ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ତେବେ ସତରେ କଣ ଡଲି ଚାଏ ୱାଲା ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୧୨ର ଆମ୍ବାସଡର , ତାହା ଆସନ୍ତୁ ଜାଣିବା । ନିଆରା ଢ଼ଙ୍ଗରେ ଚା’ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛନ୍ତି ନାଗପୁରର ଚା’ ଦୋକାନୀ ଡଲି ଚାଏୱାଲା । ନିକଟରେ ଭାରତକୁ ଆସିଥିବା ବିଶ୍ୱର କୋଟିପତି ବିଲ ଗେଟ୍ସ ତାଙ୍କ ଚା’ ଦୋକାନରେ ଚାହା ପିଇଥିଲେ । ଏହି ଖବରଟି ବେସ୍ ଭାଇରାଲ୍ ହୋଇଥିଲା । ବିଲ ଗେଟ୍ସ ଡଲି ଚା’ ଦୋକାନରେ ଚା’ ପିଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏକ ଫଟୋ । ବିଲ୍ ଗେଟ୍ସଙ୍କ ସହ ଡଲିର ଏହି ଫଟୋକୁ ନେଇ ଜାତୀୟ ଗଣମାଧ୍ୟମର ଏକ ବ୍ୟାଙ୍ଗାତ୍ମକ ନ୍ୟୁଜ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

Advertisement

ଏହି ପୋଷ୍ଟରେ କୁହାଯାଇଛି ଯେ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ୧୨ର ବ୍ରାଣ୍ଡ ଆମ୍ବାସଡର ହେବେ ଡଲି ଚାଏୱାଲା । ଏହି ଖବର ପୋଷ୍ଟ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି ।କିନ୍ତୁ ବାସ୍ତବରେ ଏହା ଲୋକଙ୍କ ମନୋରଞ୍ଜନ ନିମନ୍ତେ ଏଭଳି ପୋଷ୍ଟ କରାଯାଇଛି । ଏହି ଖବରଟିକୁ ଅନେକ ଲୋକ ସତ ଭାବିଥିବାବେଳେ ଆଉ କେତକ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି କିନ୍ତୁ ମାଇକ୍ରୋସଫ୍ଟ କିମ୍ବା ବିଲ୍ ଗେଟ୍ସ ଏ ବିଷୟରେ କୌଣସି ମନ୍ତବ୍ୟ ରଖିନାହାଁନ୍ତି ।

Leave a Reply

Your email address will not be published. Required fields are marked *