Pratidin TV

Odisha's Digital News Platform

ଘରୋଇ କଳହର କରୁଣ ପରିଣତି ; ନଦୀ ତୁଠରେ ସ୍ତ୍ରୀ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସ୍ୱାମୀ…

ବଲାଙ୍ଗୀର ; ଘରୋଇ କଳିର କରୁଣପରିଣତି । ଯେଉଁ ସ୍ତ୍ରୀକୁ ସୁଃ ଦୁଃଖର ସାଥୀ ବନେଇ ଏତେବର୍ଷ ଧରି ଚଳିଆସୁଥିଲା ଆଜି ନିଜ ହାତରେ ତାକୁ ଖଣ୍ଡ ଖଣ୍ଡ କରିଦେଲା ନୃଶଂସ ସ୍ୱାମୀ । ନଦୀକୁ ଗାଧୋଇଯାଇଥିବା ବେଳେ ଗାଧୁଆ ତୁଠ ରେ ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ଜୀବନ ନେଇଗଲା । ଏଭଳି ଏକ ଅମାନୁଷିକ ଘଟଣା ଘଟିଛି ପାଟଣାଗଡ଼ ସହର ର ବ୍ରହ୍ମପୁରାରେ ।

ବ୍ରହ୍ମପୁରା ଗାଁର କୃଷ୍ଣଚନ୍ଦ୍ର ବାଗ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛି ପୁଅ । ସବୁବେଳେ ଘରେ ବାପା ମାଙ୍କ ଭିତରେ ଝଗଡା ଲାଗିରହୁଥିବା ବେଳେ ଆଜି ଆଜି ସକାଳୁ ମାୟାବତୀ ନଦୀ କୁ ମା ଅଞ୍ଜନା ଗାଧୋଇ ଯାଇଥିବା ବେଳେ ବାପା କୃଷ୍ଣଚନ୍ଦ୍ର ପହଞ୍ଚି କୌଣସି କଥାକୁ ନେଇ ବଚସା ହେବାପରେ ଟାଙ୍ଗିଆ ରେ ହାଣି ହତ୍ୟା କରି ଫେରାର ହୋଇଥିବା କହିଛି ପୁଅ କ୍ଷ ଘଟଣାସ୍ଥଳ ରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି ।

Leave a Reply

Your email address will not be published. Required fields are marked *