Pratidin TV

Odisha's Digital News Platform

ଶାହରୁଖଙ୍କ ବଦଳରେ କିଏ ? ନୂଆ ଡନ୍…

1 min read

ମୁମ୍ବାଇ : ପୁଣି ବଲିଉଡ୍‌ରେ ଧମାଲ କରିବ । ଉଡାଇବ ପ୍ରଶଂସକଙ୍କ ହୋସ । ଡନ୍‌-୩ କୁ ନେଇ ବଡ ଖୁଲସା । ସାମ୍ନାକୁ ଆସିଲା ପ୍ରଥମ ଟିଜର । କିନ୍ତୁ ଏଥର ଶାହରୁଖ ନୁହେଁ ବରଂ ତାଙ୍କ ବଦଳରେ ଡନ୍ ହୋଇ ପୋଲିସଙ୍କ ହୋସ୍ ଉଡାଇଲେ ରଣବୀର ସିଂ । ଏନେଇ ଫରହାନ ଅଖତର ଆନୁଷ୍ଟାନିକ ଭାବେ ଡନ୍‌-୩ ର ଘୋଷଣା କରିଛନ୍ତି । ଏହା ସହ ନିର୍ମାତା ‘ଡନ୍’ର ଅଫିସିଆଲ୍ ଟାଇଟଲ୍ ଘୋଷଣାର ଭିଡିଓ ମଧ୍ୟ ପ୍ରକାଶ କରିଛନ୍ତି, ଯେଉଁଠାରେ ରଣବୀର ସିଂହଙ୍କ ଧମାକାଦାର ଲୁକ୍ ଦେଖିବାକୁ ମିଳିଛି।

ତେବେ ଏହି ଫିଲ୍ମରେ ଶାହରୁଖଙ୍କ ସ୍ଥାନରେ ରଣବୀର ଏଣ୍ଟ୍ରି କରିଛନ୍ତି । ଯାହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜିଙ୍ଗ୍ କ୍ୟାରେକ୍ଟର । କାରଣ କିଛି ଫିଲ୍ମ ଗୁଡିକ କେବଳ ହିଁ ଶାହରୁଖଙ୍କ ପାଇଂ ଗଢାଯାଇଥାଏ ବୋଲି ଦର୍ଶକ କୁହନ୍ତି । ସେଥିରେ ଶାହରୁଖଙ୍କ ଜାଗା ଆଉ କେହି ନେଇ ପାରିନାହାନ୍ତି ।ତେବେ ଦେଖିବା ବାକି ରହିଲା ରଣବୀର କେତେଦୂର ଲୋକଙ୍କ ହୃଦୟରେ ଡନ୍‌ର ଛାପ ଛାଡୁଛନ୍ତି ।

Advertisement
https://www.instagram.com/reel/CvrAKLwollY/?utm_source=ig_web_copy_link&igshid=MzRlODBiNWFlZA==

ତେବେ ନିର୍ମାତା ଏକ ଦମଦାର ଢଙ୍ଗରେ ‘ଡନ୍’ର ‘ଘୋଷଣା କରିଛନ୍ତି। ପ୍ରଶଂସକଙ୍କୁ ପ୍ରଭାବିତ କରିବା ପାଇଁ ଫିଲ୍ମର ପ୍ରସିଦ୍ଧ ସଂଳାପ ମଧ୍ୟ ଭିଡିଓରେ ବ୍ୟବହୃତ ହୋଇଛି। ‘ଡନ୍ ୩’ ‘ର ସମ୍ପୂର୍ଣ୍ଣ ନା’ ହେଉଛି’ ଡନ୍ ୩ : ଦି ଚେଞ୍ଜ୍ ଏଣ୍ଡ୍’। ଫିଲ୍ମର ଛୋଟ ଟିଜରରେ ରଣବୀରଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖିବାକୁ ମିଳୁଛି । ସେ ବ୍ୟାକ୍ ସାଇଡରୁ କହୁଛନ୍ତି ଯେ ‘”ଶେର୍ ଜୋ ଶୋ ରହା ହୈ, ୱୋ ଜାଗେଗା କବ୍? ପୁଛତେ ତେ ଏ ସବ୍, ଉନ୍ସ୍ସେ କହ ଦୋ, ଫିର୍ ଜାଗ ଉଠା ମେ, ଫିର୍ ସାମ୍ନେ ଜଲ୍ଦ ଆନେ କୋ। କ୍ୟା ହେ ତାକତ ମେରୀ, କ୍ୟା ହେ ହିମ୍ମତ ମେରୀ। ଫିର୍ ଦିଖାନେ କୋ। ମୌତ୍ ସେ ଖେଲ୍ନା ଜିନ୍ଦଗୀ ହେ ମେରା। ଜିତ୍ନା ହି ମେରା କାମ୍ ହେ। ତୁମ୍ ତୋ ଓ ଜାନ୍ତେ। ମେରା ବାପ୍ ହେ। ୧୧ ମୁଲ୍କୋ କୀ ପୋଲିସ୍ ଢୁଣ୍ଡତି ହେ ମୁଝେ, ମଗର୍ ପକଡ୍ ପାୟା ହେ କୌନ୍। ମେ ହୁଁ ଡନ୍।”

https://www.instagram.com/reel/Cvti9LTNIEs/?utm_source=ig_web_copy_link&igshid=MzRlODBiNWFlZA==

Leave a Reply

Your email address will not be published. Required fields are marked *