Pratidin TV

Odisha's Digital News Platform

କରିଥିଲେ ଧର୍ମ ପରିବର୍ତ୍ତନ , ମୃତ୍ୟୁ ପରେ ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା…

1 min read

ଘର ଭିତରେ ପଡ଼ିରହିଛି ଶବ । ବାହାରେ ବନ୍ଧା ହୋଇଛି କୋକେଇ। ହେଲେ ଉଠିପାରୁନି ମୃତଦେହ ହେଇପାରୁନି ଦାହ ସତ୍କାର । କାରଣ ଶବ ସତ୍କାର ନିମନ୍ତେ ଗାଁ ଲୋକେ ଜାଗା ଦେବାକୁ ଅମଙ୍ଗ। କାରଣ ବ୍ୟକ୍ତିଜଣକ କରିଥିଲେ ଧର୍ମ ପରିବର୍ତ୍ତନ ଏବେ ତାଙ୍କ ମୃତଦେହ ଉପରେ ରାଗ ଶୁଝାଉଛନ୍ତି ଗ୍ରାମବାସୀ।ଏପରି ଏକ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମା ଠାରେ।

ଧର୍ମ ପରିବର୍ତନ ଯୋଗୁଁ ଡମୁ ଯାନୀଙ୍କ ମୃତ୍ୟୁ ପରେ ଶ୍ମସାନ ମିଳୁନଥିବା ଦେଖିବାକୁ ମିଳିଛି | ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବ ସତ୍କାର ନ ହୋଇ 30ଘଣ୍ଟା ଘରେ ପଡିରହିଥିଲା | ସୂଚନା ଅନୁଯାୟୀ ପଣ୍ଡିକୋଟ ଗ୍ରାମର ଡମୁ ଯାନୀ ଗତ ଦୁଇ ବର୍ଷ ତଳେ ନିଜ ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ଅଵଲମ୍ବନ କରିଥିଲେ | ଗ୍ରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ର ଲୋକଙ୍କ ଶବ ସତ୍କାର କରିବା ପାଇଁ କୌଣସି ସ୍ଥାନ ନାହିଁ | ସୋମବାର ସକାଳ 5 ଘଣ୍ଟା ସମୟରେ ଡମୁ ଯାନୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ଏହା ପରେ ଗ୍ରାମରେ ଚର୍ଚ୍ଚା ର ବିଷୟ ପାଲିଟିଥିଲା ଶବ ସତ୍କାର କେମିତି ହେବ | ଏନେଇ ଡମୁ ଯାନୀ ପରିବାର ଗ୍ରାମବାସୀ କୁ ଶବ ସତ୍କାର କରିବା ପାଇଁ ଗ୍ରାମବାସୀ କୁ ଅନୁରୋଧ କରିଥିଲେ କିନ୍ତୁ ଗ୍ରାମବାସୀ ଶବ ସତ୍କାର କରିବା ପାଇଁ ବିରୋଧ କରିଥିଲେ | ଏନେଇ ପ୍ରଶାସନ ନିକଟରେ ଖବର ପାଇବା ପରେ ଅତରିକ୍ତ ତହସିଲଦାର ସସ୍ମିତା ଜେନା, ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ରାଜସ୍ୱ ନିରୀକ୍ଷକ ଅର୍ଜୁନ ମାଝୀ ଖବର ପାଇଁ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀ କୁ ବୁଝେଇଥିଲେ କିନ୍ତୁ ହିନ୍ଦୁ ମାନଙ୍କ ଶ୍ମସାନ ରେ ଶବ ସତ୍କାର ହୋଇପାରିବ ନାହିଁ ବୋଲି ଗ୍ରାମବାସୀ ବିରୋଧ କରିଥିଲେ | ଏହା ପରେ ଅତିରିକ୍ତ ତହସିଲଦାର ଶବ ସତ୍କାର ନିମନ୍ତେ ଜାଗା ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ କୁ ନିର୍ଦ୍ଦେଶ କରିଥିଲେ କିନ୍ତୁ ସେହି ଅଞ୍ଚଳରେ ରାଜସ୍ୱ ବିଭାଗର ଜାଗା ନଥିବା ଯୋଗୁ ଜାଗା ନିରୂପଣ ହୋଇପାରିନଥିଲା | ଜାଗା ଚିହ୍ନଟ ପରେ ଶବ ସତ୍କାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା l କିନ୍ତୁ ପ୍ରଶାସନ ର ବହୁତ ଚେଷ୍ଟା ପରେ ଏକ ଜାଗା ନିରୂପଣ କରି ଶବ ସତ୍କାର କରାଯାଇଥିଲା l

Advertisement

Leave a Reply

Your email address will not be published. Required fields are marked *