Pratidin TV

Odisha's Digital News Platform

ଡନ-୩ ପାଇଁ ସବୁଠୁ ଅଧିକ ଫି ନେଇଛନ୍ତି କିଆରା…ଜଣାନ୍ତୁ କେତେ କୋଟି କରିଛନ୍ତି ଚାର୍ଜ

1 min read

ବଲିଉଡ ଅଭିନେତ୍ରୀ କିଆରା ଆଡ଼ଭାନୀ ତାଙ୍କ ଅଭିନୟ ଏବଂ ନିଜ ସୌନ୍ଦର୍ଯ୍ୟ ପାଇଁ ସମସ୍ତ ପ୍ରଶଂସକଙ୍କ ମନ କିଣିଛନ୍ତି | ତାଙ୍କର ଗୋଟିଏ ଗୋଟିଏ ବଡ ଚଳଚିତ୍ର ଦେଖିବାକୁ ମିଳୁଛି | କିଆରା କବିର ସିଂ ଫିଲ୍ମ ପରେ ଅଧିକ ପ୍ରଶଂସକଙ୍କ ଠାରୁ ପାଇଥିଲେ ଭଲ ପାଇବା | ତେବେ କିଆରାଙ୍କ ରୋମାଣ୍ଟିକ ଫିଲ୍ମ ଛଡା ଆଉ କେଉଁଥିରେ ଦେଖିବାକୁ ପାଇନଥିଲେ | କିନ୍ତୁ ଏଥର ପ୍ରଥମ ଥର ପାଇଁ କିଆରାଙ୍କୁ ଆକ୍ସନ ଫିଲ୍ମରେ ଦେଖିବାକୁ ମିଳିବ | ଆସିବାକୁ ଯାଉଛି ଆକ୍ସନ ଫିଲ୍ମ ଡନ-୩ | ପ୍ରଶଂସକମାନେ ଡନ-୩ ରେ କିଆରଙ୍କୁ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି | ତେବେ କିଆରା ଏହି ଫିଲ୍ମ ପାଇଁ ଅଧିକ ଫିସ ନେଉଥିବା ନେଇ ସୂଚନା ମିଳିଛି |

ଏହି ଫାଇଲରେ ମୁଖ୍ୟଭୂମିକାରେ ରଣବୀର ସିଂ ଏବଂ କିଆରା ଆଡ଼ଭାନୀଙ୍କୁ ଦେଖିବାକୁ ମିଳିବାକୁ ଯାଉଛି | ଏହି ଫିଲ୍ମ ପାଇଁ କିଆରା ଅଧିକ ଫିସ ନେଉଛନ୍ତି | ଏବଂ ତାଙ୍କର ଏହା ପ୍ରଥମ ଫିଲ୍ମ ଯେଉଁଥିରେ ସେ ଅଧିକ ଫି ନେଉଛନ୍ତି | ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ନିର୍ମାତାମାନେ କିଆରାଙ୍କୁ ସର୍ବାଧିକ ଫି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି | ଖବର ଅନୁଯାୟୀ, କିଆରାଙ୍କୁ ତାଙ୍କ ଭୂମିକା ପାଇଁ ୧୩ କୋଟି ଟଙ୍କା ଫି ଦିଆଯାଉଛି |

ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଡନ-୩ ପାଇଁ ୨ ଅଭିନେତ୍ରୀ ସର୍ଟଲିଷ୍ଟ କରିଥିଲେ | ତେବେ ରଣବୀର ସିଂ କିଆରାଙ୍କ ନାଁ ପରାମର୍ଶରେ ଦେଇଥିଲେ | ରଣବୀରଙ୍କ କହିବା ଅନୁଯାୟୀ, କିଆରଏଙ୍କ ସହ ଅଫସ୍କ୍ରିନକେମେଷ୍ଟ୍ରିକୁ ତାଙ୍କ ଅନସ୍କ୍ରିନ କେମିଷ୍ଟ୍ରି ଉନ୍ନତି କରିବାରେ ସାହାଯ୍ୟ ହେବ |

Leave a Reply

Your email address will not be published. Required fields are marked *