Pratidin TV

Odisha's Digital News Platform

ଟ୍ରମ୍ପ ଏବେ ଅପେକ୍ଷା କରିବେ ଠିକ୍ ୭୫ ଦିନ 

1 min read

ଜିତିବା ପରେ ବି ଗାଦିରେ ବସିପାରିବେନି ଟ୍ରମ୍ପ ! ୨0୨୪ ନୁହେଁ ୨0୨୫ ରେ ଶପଥ ନେବେ ଟ୍ରମ୍ପ | ତେବେ ଶପଥ ପାଇଁ ୭୫ ଦିନ ପର୍ଯ୍ୟନ୍ତ ଅପେକ୍ଷା | ହେଲେ କାହିଁକି ଓ କଣ ରହିଛି କାରଣ ? ଅବ କି ବାର ଆମେରିକରେ ଟ୍ରମ୍ପ ସରକାର | ଆମେରିକାରେ ନିର୍ବାଚନ ଭୋଟ ଫଳାଫଳ ମୋଟାମୋଟି ଭାବେ ସ୍ପଷ୍ଟ ହୋଇଯାଇଛି | ତଥାପି ଡୋନାଲଡ ଟ୍ରମ୍ପଙ୍କ ସମାରୋହ ୨0୨୫ ଜାନୁଆରୀ ୨0 ତାରିଖରେ ଅନୁଷ୍ଠିତ ହେବ | ଅର୍ଥାତ ଭୋଟ ଫଳଫଳ ଆସିବାର ୭୫ ପରେ ଶପଥ ଗ୍ରହଣ କରିବେ ଟ୍ରମ୍ପ |

ଏହି ୭୫ ଦିନ ମଧ୍ୟରେ ବିଭିନ୍ନ ଔପଚାରିକତା ସମ୍ପନ୍ନ ହେବ । ଶପଥ ପାଇଁ ଦୀର୍ଘ ଦିନ ଲାଗିବା ପଛରେ କାରଣ ରହିଛି । ଆମେରିକାକୁ ୧୭୭୬ରେ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା । ସେ ସମୟରେ ଅଧିକାଂଶ ଲୋକ ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିଲେ । ଦୁର୍ଗମ ଅଞ୍ଚଳ ଯୋଗୁ ଯାତାୟାତ କରିବାରେ ସମସ୍ୟା ରହିଥିଲା ।

Advertisement

ନିର୍ବାଚନ ପରେ ଭୋଟ ଗଣତି, ଇଲେକ୍ଟରଙ୍କ ବୈଠକ, କଂଗ୍ରେସ ପର୍ଯ୍ୟନ୍ତ ଭୋଟ ପହଞ୍ଚାଇବାରେ ଅଧିକ ସମୟ ଲାଗୁଥିଲା । ତେଣୁ ଭୋଟିଂରୁ ଶପଥ ଗ୍ରହଣ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ରଖାଯାଇଥିଲା । ପ୍ରଥମେ ପ୍ରଥମେ ସମୟରେ ଏହି ବ୍ୟବଧାନ ଆହୁରି ଅଧିକ ଥିଲା । ୧୭୮୯ରେ ପ୍ରଥମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରୁ ହୋଇଥିଲା । ଦ୍ୱିତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୧୭୯୩ ମାର୍ଚ୍ଚ ୪ରୁ ଆରମ୍ଭ ହୋଇଥିଲା ଏବଂ ଏହା ପରମ୍ପରା ହୋଇଯାଇଥିଲା ।

ନଭେମ୍ବରରେ ନିର୍ବାଚନ ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ ହେଉଥିଲା । କ୍ୟାବିନେଟ ଗଠନ ଲାଗି ଏତେ ସମୟର ଆବଶ୍ୟକତା ନ ଥିଲା । ତେଣୁ ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ଡି ରୁଜଭେଲ୍ଟଙ୍କ ଶପଥ ଗ୍ରହଣ ପୂର୍ବରୁ ବିଂଶତମ ସମ୍ବିଧାନ ସଂଶୋଧନ ଜରିଆରେ ଜାନୁଆରୀ ୨୦କୁ ନୂଆ କାର୍ଯ୍ୟକାଳର ଆରମ୍ଭ ତାରିଖ ଧାର୍ଯ୍ୟ ହୋଇଥିଲା । ୨୦୧୩ରେ ବାରାକ୍‌ ଓବାମା ନିଜ କାର୍ଯ୍ୟକାଳ ଜାନୁଆରୀ ୨୧ ସୋମବାରରୁ ଆରମ୍ଭ କରିଥିଲେ । ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡ୍ୱାଇଟ ଡି ଆଇଜନହାୱର ଏବଂ ରୋନାଲ୍ଡ ରିଗନ୍‌ ମଧ୍ୟ ଜାନୁଆରୀ ୨୧ରୁ କାର୍ଯ୍ୟଭାର ସମ୍ଭାଳିଥିଲେ।

Leave a Reply

Your email address will not be published. Required fields are marked *