Pratidin TV

Odisha's Digital News Platform

୩ ମାସର ଟ୍ରାଏଲ ପରେ କୋର୍ଟର ଆସିଲା ରାୟ……୩୫୫ ମିଲିୟନ ଡଲାରର ଜୋରିମାନା ଦେବେ ଟ୍ରମ୍ପ

ପୁଣି ଥରେ ଅଡୁଆରେ ପଡିଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ପ୍ରଥମେ ଯୌନ ଉତ୍ପୀଡ଼ିନ ମାମଲା, ପରେ ଆସିଲା ନିର୍ବାଚନ କ୍ୟାପିଟାଲ ସମୟରେ ହିଂସା ମାମଲା , ଏବେ ଆସିଛି ଠକେଇ ମାମଲା ସାମ୍ନାକୁ ଆସିଛି | ଦେଶର ସାଧାରଣ ନାଗରିକଙ୍କୁ ଠକେଇ ମାମଲାରେ ସିଭିଲ କୋର୍ଟ ଟ୍ରମ୍ପଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି | କୋର୍ଟ ଏନେଇ ୩୫୫ ମିଲିୟନ ଡଲାରର ଜୋରିମାନା ଲଗାଇଛନ୍ତି | ଏହି ଦଣ୍ଡ ଟ୍ରମ୍ପ ଏବଂ ଟ୍ରମ୍ପ ଅର୍ଗାନାଇଜେସନ ଉପରେ ଲାଗିଥିବା ବେଳେ ଡୋନାଲଡ ଟ୍ରମ୍ପଙ୍କୁ କମ୍ପାନୀର ନିର୍ଦ୍ଦେଶ ରୂପେ କାମ କରିବା ଉପରେ ୩ ବର୍ଷର ରୋକ ଲଗାଇଦିଆଯାଇଛି | ଏହି ଠକେଇ ମାମଲାରେ କୋର୍ଟ ୯୦ ପୃଷ୍ଠାରେ ନିଜ ରାୟ ଶୁଣାଇଛି |

ସୂଚନ ଅନୁଯାୟୀ, ଶୁକ୍ରବାର ଦିନ ଠକେଇ ମାମଲାରେ ବିଚାରପତି ଜଷ୍ଟିସ ଅରଥୁର ଏଙ୍ଗରୋନ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଥିଲେ | ଏହି ମାମଲାରେ କୋର୍ଟରେ ପ୍ରାୟ ୩ ମାସ ଧରି ଟ୍ରାଏଲ ଚାଲିବ ପରେ ଶୁଣାଣି ଦେଇଛନ୍ତି | ସେହିପରି ଭାବରେ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଏବଂ ଏରିକା ଟ୍ରମ୍ପଙ୍କୁ ମଧ୍ୟ ୪ ମିଲିୟନ ଡଲାରର ଜୋରିମାନା ଲଗାଇଛି |

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପୁତ୍ରଙ୍କ ବିରୋଧରେ ବ୍ୟାଙ୍କ ଓ ବୀମା କମ୍ପାନୀ ସାଧାରଣ ଲୋକଙ୍କୁ ଠକେଇ ରିୟଲ ଇଷ୍ଟେଟ ସାମ୍ରାଜ୍ୟ ଛିଡା କରିବାର ଅଭିଯୋଗ ହୋଇଥିଲା | ଯାହା ପରେ ତଦନ୍ତ ପରେ ଆଜି କୋର୍ଟ ଶୁଣାଣି ଦେଇଛି |

Leave a Reply

Your email address will not be published. Required fields are marked *