ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏବେ ଟ୍ରମ୍ପଙ୍କୁ ହେବ ଜେଲ !
1 min readଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଡୋନାଲ୍ଡ ଟ୍ରମ୍ପ ବାଜି ମାରିଛନ୍ତି। ସେ ଜିତିଛନ୍ତି ହ୍ୱାଇଟ୍ ହାଉସ୍ ଲଢ଼େଇ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନର ପ୍ରଥମ ପ୍ରାର୍ଥୀ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପପୁଲାର ବା ଲୋକପ୍ରିୟ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ସ୍ୱିଙ୍ଗ ରାଜ୍ୟଗୁଡ଼ିକରେ ଟ୍ରମ୍ପ ବାଜିମାତ କରିଥିବାରୁ ସେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
ତେବେ ଜୋ ବାଇଡେନଙ୍କ ପରେ ୭୮ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ରାଷ୍ଟ୍ରପତି ପଦ ହାତେଇଛନ୍ତି | ପୂର୍ବରୁ ସେ ୨0୧୭ ରୁ ୨0୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ଆମେରିକୀୟ ଇତିହାସରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଦୋଷୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ବିଚାରାଧୀନ ଅଛି। ଏଥିମଧ୍ୟରୁ ଗୋଟିଏ ବିଷୟରେ ନିଷ୍ପତ୍ତି ୨୬ ନଭେମ୍ବରରେ ନିଆଯିବ | ବର୍ତ୍ତମାନ ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି। ରାଷ୍ଟ୍ରପତି ହେବା ପରେ ଏହି ସମସ୍ତ ଅପରାଧିକ ମାମଲାରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ଏକ କ୍ଲିନ ଚିଟ୍ ଦେବେ କି? ଆମେରିକାର ନିୟମ ଏ ବିଷୟରେ କ’ଣ କହୁଛି ?
ଆମେରିକାରେ ମଧ୍ୟ ରାଷ୍ଟ୍ରପତିଙ୍କ କ୍ଷମା କରିବାର ଶକ୍ତି ରହିଛି। ଯୁକ୍ତରାଷ୍ଟ୍ରର ସମ୍ବିଧାନର ଧାରା ୨, ସେକ୍ସନ ୨, କ୍ଲୋଜ୧ ଆମେରିକାର ରାଷ୍ଟ୍ରପତିଙ୍କୁ ଆମେରିକାର ରାଷ୍ଟ୍ରପତିଙ୍କୁ ମହାଭିଯୋଗ ମାମଲା ଛାଡି ଆମେରିକା ବିରୁଦ୍ଧରେ ହୋଇଥିବା ସମସ୍ତ ଅପରାଧର ଆଶ୍ୱସ୍ତି ତଥା ସମାଧାନ କରିବାର କ୍ଷମତା ଦେଇଥାଏ। ଏଥିପାଇଁ ଅଭିଯୋଗ ପ୍ରମାଣିତ ହୋଇଛି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ରାଷ୍ଟ୍ରପତି ନିଜ ପାଇଁ ଏହା କରିପାରିବେ। ସମ୍ବିଧାନରେ ଏ ବିଷୟରେ କିଛି ଲେଖା ନାହିଁ ଏବଂ ଆମେରିକାର ଇତିହାସରେ ସେପରି କୌଣସି ଘଟଣା ସାମ୍ନାକୁ ଆସିନାହିଁ।ଯଦି ଏହପରି ହୁଏ ତେବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ |