Pratidin TV

Odisha's Digital News Platform

ଡୋନାଲ୍ଡ ଟ୍ରମ୍ପ ଦେଲେ ଅଫର , କ୍ୟାବିନେଟ୍‌ ମନ୍ତ୍ରୀ ହେବେ ଏଲନ୍‌ ମସ୍କ ..

କ୍ୟାବିନେଟ୍‌ ମନ୍ତ୍ରୀ ହେବେ ଏଲନ୍‌ ମସ୍କ । ତାଙ୍କୁ ମନ୍ତ୍ରୀ ପଦ ଅଫର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସବୁଠୁ ବଡ଼କଥା ହେଲା ଏଲନ୍‌ ମସ୍କ ମଧ୍ୟ  ଟ୍ରମ୍ପ ଙ୍କ ଅଫର କୁ ଗ୍ରହଣ କରିଛନ୍ତି   ।  ତେବେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରାଯାଇଛି  । ଏହି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ ପରସ୍ପରକୁ ଟକ୍କର ଦେଉଛନ୍ତି । ଏହାରି ଭିତରେ ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ନାଗରିକଙ୍କୁ ବଡ଼ ପ୍ରତିଶୃତି ଦେଉଛନ୍ତି।

ସେ ଟେସଲା ମାଲିକ ତଥା ପ୍ରସିଦ୍ଧ ବିଲେନିୟର୍‌ ଏଲନ ମସ୍କଙ୍କୁ ଏକ ବଡ଼ ଅଫର ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ନିର୍ବାଚନରେ ସେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ସେ ଏଲନ ମସ୍କଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପଦ କିମ୍ବା ହ୍ୱାଇଟ୍‌ ହାଉସ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶଦାତା ଭାବରେ ସୁଯୋଗ ଦେବେ। ବିଶେଷ କଥା ହେଉଛି ଏଲନ ମସ୍କ ମଧ୍ୟ ଏହି ଅଫରକୁ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ଏଲନ ମସ୍କ ସମର୍ଥନ କରୁଛନ୍ତି।  ସୋସିଆଲ ମିଡିଆରେ ଏହାକୁ ନେଇ ଏବେ ବେଶ ଚର୍ଚ୍ଚା ହୋଇଛି ।

Leave a Reply

Your email address will not be published. Required fields are marked *