Pratidin TV

Odisha's Digital News Platform

ଗଞ୍ଜାମ ଜିଲ୍ଲାପାଳଙ୍କ ବଡ ଘୋଷଣା , ‘ସୁଭଦ୍ରା’କୁ ନେଇ ଉଠୁଥିବା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ।

ମହିଳାମାନଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ । ଏଥିପାଇଁ କୌଣସି ଜନସେବାକେନ୍ଦ୍ରରେ ଉତ୍କୋଚ / ଦେୟ ଅର୍ଥ ନେବା ଏକ ଦଣ୍ଡନୀୟ ଅପରାଧ ଅଟେ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍ୱଷ୍ଟୋକ୍ତି ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ କୌଣସି ଲୋକଙ୍କର ଗୁଜବ ଶୁଣିବାରେ ନିବୃତ୍ତ ରୁହନ୍ତୁ । ଏହି ଯୋଜନା ପାଇଁ କୌଣସି ସମୟ ସୀମା ନାହିଁ । ଆଧାର କାର୍ଡ ବ୍ୟତୀତ କୌଣସି ପ୍ରମାଣ ପତ୍ରର ଆବଶ୍ୟକ ନାହିଁ । ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ । ଏନେଇ କୌଣସି ଅଭିଯୋଗ ଥିଲେ ଟୋଲଫ୍ରି ନଂ ୧୪୬୭୮ କୁ ଫୋନ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *