Pratidin TV

Odisha's Digital News Platform

ଭୁଲରେ ବି ଧନତେରସରେ କିଣନ୍ତୁ ଏହି ସବୁ ଜିନିଷ , ନହେଲେ ହୋଇଯିବେ କାଙ୍ଗାଳ..

1 min read

ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ପର୍ବ ହେଉଛି ଦୀପାବଳୀ। ତେବେ ଚଳିତ ବର୍ଷ ନଭେମ୍ବର ୧୨ରେ ଦୀପାବଳୀ ପାଳନ କରାଯିବ । ଦୀପାବଳିର ୨ ଦିନ ପୂର୍ବରୁ ଅର୍ଥାତ ୧୦ ନଭେମ୍ବରରେ ଧନତେରସ ପଡୁଛି । ବାସ୍ତବରେ, ଦୀପାବଳୀ ପର୍ବ ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହା ଧନତେରସ ଠାରୁ ଆରମ୍ଭ ହୋଇଥାଏ । ଏହି ଦିନ ଲକ୍ଷ୍ମୀ-ଗଣେଷଙ୍କୁ ପୂଜାଅର୍ଚ୍ଚନା କରିବାର ପରମ୍ପରା ରହିଛି । ଦନତେରସ ଦିନ ଲୋକମାନେ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ନୂତନ ଜିନିଷ ବା ସୁନା ଗହଣ କିଣିଥାନ୍ତି । ଯାହାକୁ ଶୁଭ ବୋଲି କୁହାଯାଏ । କିନ୍ତୁ ଏହି ଜିନିଷଗୁଡିକ କିଣିବାବେଳେ ଏଭଳି କିଛି ଜିନିଷ ଅଛି ଯାହାକୁ କିଣିବା ପୂର୍ବରୁ ଆମେ ଧ୍ୟାନରେ ରଖିବା ଉଚିତ୍।ଏହି ଦିନ ଦେବୀ ଲକ୍ଷ୍ମୀ, ପ୍ରଭୁ ଗଣେଶ ଏବଂ ପ୍ରଭୁ କୁବେରଙ୍କ ସହ ଜଡିତ ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଯେତେବେଳେ କି ଅନେକ ଜିନିଷ କିଣିବା ଉଚିତ ନୁହେଁ । ଆସନ୍ତୁ ଜାଣିବା କେଉଁ ସବୁ ଜିନିଷଗୁଡ଼ିକ ଦୀପାବଳୀ ଭିତରେ କିଣିବା ଉଚିତ ନୁହେଁ ।
ଲୁହା ବସ୍ତୁ :
ଧନତେରସ ଦିନରେ ଭୁଲରେ ମଧ୍ୟ ଲୁହା ଜିନିଷ କିଣିବା ଉଚିତ ନୁହେଁ । କାରଣ ଏହା ଦେବୀ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରେ । ଏହି ଦିନ ଲୁହା ବାସନ କିଣିବା ଠାରୁ ଦୂରେଇ ରହବିା ଉଚିତ୍ ।
କାଚ ସାମଗ୍ରୀ:
କାଚରେ ନିର୍ମିତ ହୋଇଥିବା କୌଣସି ଜିନିଷ କିଣନ୍ତୁ ନାହିଁ । କାଚକୁ ରାହୁର ପ୍ରତୀକ ଭାବରେ ବିବେଚନା କରାଯାଏ । ତେଣୁ କାଚ ଜିନିଷ କିଣିବାକୁ ଏହି ଦିନରେ ଶୁଭ ବୋଲି ବିବେଚନା କରାଯାଏ ନାହିଁ ।
ଧାରୁଆ ବସ୍ତୁ :
ଛୁରୀ ଏବଂ କଇଞ୍ଚି ପରି ତୀକ୍ଷ୍ଣ ଜିନିଷ କିଣିବା ଶୁଭ ବୋଲି ଧରାଯାଏ ନାହିଁ । ଘରେ ତୀକ୍ଷ୍ଣ ଜିନିଷ ଆଣିବା ଦ୍ୱାରା ବାସ୍ତୁ ଦୋଷ ଦେଖା ଦେଇଥାଏ । ଯାହା ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଏ ।
କଳା ଜିନିଷ:
କଳା ରଙ୍ଗର ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ, ହିନ୍ଦୁ ଧର୍ମରେ କଳା ରଙ୍ଗ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ତେଣୁ କଳା ରଙ୍ଗର ଜିନିଷ କିଣିବା ଉଚିତ୍ ନୁହେଁ କିମ୍ବା ଧନତେରସରେ କଳା ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ଭଲ ନୁହେଁ ।

ତେଲ ଏବଂ ଘି କିଣନ୍ତୁ ନାହିଁ :
ତେଲ, ଘିଅ ଏବଂ ବିଶୋଧିତ ଦ୍ରବ୍ୟ ପରି ଦ୍ରବ୍ୟ ଧନତେରସରେ କିଣନ୍ତୁ ନାହିଁ । ଏହିଶୁଭ ଦିନରେ ଘରେ ଦୀପ ଜଳିଯାଆନ୍ତି, ଏପରି ପରିସ୍ଥିତିରେ, ଧନତେରସର ପୂର୍ବ ଦିନରେ ଦୀପ ସହ ଜଡିତ ସମସସ୍ତ ସମଗ୍ରୀ କିଣି ନେଇ ଆସନ୍ତୁ ।

Advertisement

Leave a Reply

Your email address will not be published. Required fields are marked *