Pratidin TV

Odisha's Digital News Platform

୨୨ ଜାନୁଆରୀରେ ଆସନ୍ତୁ ନାହିଁ ଆଯୋଧ୍ୟା, ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କଲେ ମନ୍ଦିର କର୍ତ୍ତୃପକ୍ଷ…

୨୨ ଜାନୁଆରୀରେ ଆସନ୍ତୁ ନାହିଁ ଆଯୋଧ୍ୟା । ଏକଥା ଆମେ ନୁହେଁ ଏକଥା କହିଛନ୍ତି ରାମ ମନ୍ଦିର କର୍ତ୍ତୃପକ୍ଷ । ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ତେବେ ଏପରି କାହିଁକି କହିଛନ୍ତି ଆସନ୍ତୁ ଜାଣିବା ।

ଆପଣମାନେ ଜାଣିଥିବେ ଯେ ଉତ୍ତରପ୍ରଦେଶ ଅଯୋଧ୍ୟା ନଗରୀରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବର୍ତ୍ତମାନ ମନ୍ଦିର ଗର୍ଭଗୃହ କାର୍ଯ୍ୟ ପାଖାପାଖି ଶେଷ ହୋଇଗଲାଣି । ତେବେ ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବ । ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯିବ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା ନଗରୀ । ଖାଲି ଅଯୋଧ୍ୟା ନୁହେଁ ସାରା ଭାରତ ସମେତ ଆମେରିକୀୟ ହିନ୍ତୁ ମାନେ ମଧ୍ୟ ଏହି ପବିତ୍ର ଦିନକୁ ଅପେକ୍ଷା କରି ରହିଛନ୍ତି । ଆଉ ସେହି ଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ନଗରୀ ଯିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଅଯୋଧ୍ୟା ନ ଆସିବାକୁ ରାମ ମନ୍ଦିର ଟ୍ରଷ୍ଟର କର୍ତ୍ତୃପକ୍ଷ ସମ୍ପାଦକ ଚମ୍ପତ ରାୟ ସମସ୍ତଙ୍କୁ ବାରଣ କରିଛନ୍ତି । ତାଙ୍କ କହିବା କଥା ସେଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ସେଥିପାଇଁ ମନ୍ଦିର ଗର୍ଭଗୃହ କାର୍ଯ୍ୟ ସରିଛି ସତ । ହେଲେ ମନ୍ଦିରର ସମସ୍ତ କାର୍ଯ୍ୟ ଶେଷ ହେବାକୁ ଆହୁରୀ ପାଖାପାଖି ୨ ବର୍ଷ ସମୟ ଲାଗିପାରେ । ଏହି ପରିପ୍ରେକ୍ଷୀରେ ପ୍ରାଣ ପ୍ରତିଷ୍ଠା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଅଯୋଧ୍ୟା ଆସିବାକୁ ଚାହୁଁଛନ୍ତି । କିନ୍ତୁ ଅଯୋଧ୍ୟାରେ ଭିଡ଼ ନିୟନ୍ତ୍ରଣ ପାଇଁ ଜାନୁଆରୀ ୨୨ରେ ଅଯୋଧ୍ୟା ନ ଆସିବାକୁ ଶ୍ରୀ ରାୟ ଶ୍ରଦ୍ଧାଳୁମାନଙ୍କୁ କହିଛନ୍ତି । ଏଠାକୁ ଆସିବା ପରିବର୍ତ୍ତେ ଶ୍ରଦ୍ଧାଳୁମାନେ ସେମାନଙ୍କ ନିକଟସ୍ଥ ମନ୍ଦିରରେ ଆନନ୍ଦ ମହତ୍ସୋବ ପାଳନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *