ଛୁଆଙ୍କ ଉପରେ ରାଗନ୍ତୁ ନାହିଁ , ଅବୁଝା ଛୁଆଙ୍କୁ ବୁଝାନ୍ତୁ ଏମିତି ; ପଢନ୍ତୁ ଏହି ୭ଟି ପ୍ୟାରେଣ୍ଟାଲ ଟିପ୍ସ ।
1 min readଅନେକ ସମୟରେ ପିଲା ଦୁଷ୍ଟ ହେଲେ ବା ଜିଦ୍ଦି କଲେ ରାଗରେ ଛୁଆଙ୍କୁ ଜମାରୁ ବି ହାତ ଉଠାନ୍ତୁ ନାହିଁ କିମ୍ବା ପାଟି କରନ୍ତୁ ନାହିଁ । ଆଜିର ବ୍ୟସ୍ତ ବହୁଳ ଜୀବନରେ ପିଲାଙ୍କୁ ସମ୍ଭାଳିବା ବାପା ମାଙ୍କ ପାଇଁ ସବୁଠୁ ବଡ କାର୍ଯ୍ୟ ହୋଇଯାଇଛି । ଯାହା ପାଁ ଅନେକ ସମୟରେ ଘରେ କଳଷ ମଧ୍ୟ ଦେଖା ଦେଉଛି । ଛୁଆ କିଛି ପାଇଁ ଜିଦ୍ଦି କଲେ ଉଭୟ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଦୋଷ ଦିଅନ୍ତି । ଆଉ ଏସବୁର ରାଗ ବାପା ମା ପିଲା ଉପରେ ସୁଝାନ୍ତି । ଅର୍ଥାତ୍ କେତେବେଳେ ତାକୁ ମାଡ ମାରିବା ତ ପୁଣି କେତେବେଳେ ତାକୁ ଗାଳିଦେବା ।
ଚିତ୍କାର କିମ୍ବା ଶାରୀରିକ ଦଣ୍ଡ ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହା ସେମାନଙ୍କର ଆତ୍ମ ସମ୍ମାନକୁ ନଷ୍ଟ କରିପାରେ ଏବଂ ସେମାନଙ୍କୁ ଅସୁରକ୍ଷିତ କରିପାରେ । ଯଦି ତୁମେ ତୁମ ପିଲାମାନଙ୍କୁ ଅନୁଶାସନ ଆଣିବାକୁ ଚାହୁଁଛ, ତେବେ ସର୍ବପ୍ରଥମେ ତୁମେ ନିଜକୁ ଅନୁଶାସନ ଅନୁସରଣ କରିବାକୁ ପଡିବ । ତୁମେ ପିଲାମାନଙ୍କୁ ଚିତ୍କାର ନକରି କିମ୍ବା ଆଘାତ ନକରି ଅନୁଶାସନ ଶିକ୍ଷା ଦେଇ ପାରିବ । ଅନୁସନ୍ଧାନ ପ୍ରମାଣିତ କରିଛି ଯେ ଏକ ସ୍ନେହପୂର୍ଣ୍ଣ ପରିବେଶରେ ବଢୁଥିବା ପିଲାମାନଙ୍କର ମନ ଅଧିକ ସୃଜନଶୀଳ ଏବଂ ବୁଦ୍ଧିମାନ ହୋଇଯାଏ ।
ଛୁଆଙ୍କ ପାଇଁ ନିୟମ ବନାନ୍ତୁ –
ଛୁଆମାନଙ୍କୁ ନିୟମରେ ପକାନ୍ତୁ । ତାଙ୍କୁ ନିୟମରେ ଚାଲିବାକୁ କୁହନ୍ତୁ । ନିଜେ ମଧ୍ୟ ସମାନ ନିତି ଆପଣାନ୍ତୁ ଆଉ ପିଲାଙ୍କୁ ଅନୁସରଣ କରିବାକୁ କୁହନ୍ତୁ ।
ଛୁଆଙ୍କ ସହ ଶାନ୍ତି ସହାକାର ବ୍ୟବହାର କରନ୍ତୁ –
ଛୁଆଙ୍କ ସହ ଶାନ୍ତି ସହକାରେ ବ୍ୟବହାର କରନ୍ତୁ । ଧିରସ୍ଥିର ହୋଇ କଥା ହୁଅନ୍ତୁ ।
ତାଙ୍କୁ ଜିନିଷର ମହତ୍ୱ ବୁଝାନ୍ତୁ –
ଛୁଆ ଭୁଲ କଲେ ତାଙ୍କ ଉପରେ ପାଟି କରନ୍ତୁ ନାହିଁ ବରଂ ତାଙ୍କୁ ବୁଝାନ୍ତୁ । ଆଉ ଜିନିଷର ମହତ୍ୱ ବୁଝାନ୍ତୁ । ଜିନିଷ ଭାଙ୍ଗିଗଲେ କଣ ହେବ । ଏପରି ଛୋଟ ଛୋଟ ଜିନିଷ ବୁଝାନ୍ତୁ ।
ଛୁଆଙ୍କୁ ସାବାଷୀ ଦିଅନ୍ତୁ –
ମଝିରେ ମଝିରେ ଛୁଆଙ୍କୁ ତାଙ୍କ କାର୍ଯ୍ୟ ପାଇଁ ସାବାଷୀ ବି ଦିଅନ୍ତୁ । ସେମାନେ ଖୁସି ହେବା ଦ୍ୱାରା ଆପଣଙ୍କ କଥା ମାନିବେ ।
ଆବଶ୍ୟକ ପଡିଲେ ଛୁଆଙ୍କୁ ଭଲପାଇବା ଜତାନ୍ତୁ –
ଛୁଆଙ୍କୁ ଅନୁଭବ କରାନ୍ତୁ ଯେ ଆପଣ ସବୁବେଳେ ତାଙ୍କ ସହ ଅଛ । ଆବଶ୍ୟକ ପଡିଲେ ଛୂଆଙ୍କୁ ସପୋର୍ଟ ପାଇଁ ତାଙ୍କୁ କୋଳେଇ ନିଅନ୍ତୁ ।
ତାଙ୍କୁ ନିଜ ଜିନିଷ ବାଛିବାର ଅଧିକାର ଦିଅନ୍ତୁ –
ପିଲାମାନଙ୍କ ପାଇଁ ଛୋଟ ବେଳୁ ଆମେ ସବୁ ନିଷ୍ପତି ନେଇଥାଉ । ତାଙ୍କୁ ନିଜ କାର୍ଯ୍ୟ ନିଜେ କରିବାକୁ ଦିଅନ୍ତୁ । ନିଜ ପାଇଁ ନିଜ ଜିନିଷ ବାଛିବାକୁ ଦିଅନ୍ତୁ । ତାଙ୍କୁ ନିଷ୍ପତି ନେବା ଶିଖାନ୍ତୁ । ଠିକ୍ ଭୁଲ ବାଛିବା ଶିଖାନ୍ତୁ ।