Pratidin TV

Odisha's Digital News Platform

ଅଭୟା ହତ୍ୟାକାଣ୍ଡର ସତ ବଖାଣିବ ସେମିନାର ହଲର ଭଙ୍ଗା କବାଟ ..

1 min read

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ସେହି ବିଭତ୍ସ ଘଟଣା ପର୍ଦ୍ଦାଫାଶ କରିବ ସେହି ସେମିନାର ହଲ ର ଭଙ୍ଗା କବାଟ । ସେହି ଭଙ୍ଗା କବାଟ ଭିତରେ ଲୁଚି ରହିଛି ସେହି ଦିନର ପିଶାଚ ସଞ୍ଜୟ ର ସବୁସତ  । ସେଦିନର ସେହି କାଳ ରାତିରେ ସାକ୍ଷୀ ହୋଇରହିଛି ସେହି ଭଙ୍ଗା କବାଟ  । ଯାହାର ଯାଞ୍ଚ କରୁଛି ସିବିଆଇ  । ଏବେ ସିବିଆଇ ର ନଜର ସେହି ସେମିନାର ହଲର ଭଙ୍ଗା କବାଟ ଉପରେ । ସୂଚନାନୁଯାୟୀ  ସିବି ସେମିନାର ହଲର କବାଟରେ ଥିବା ଏକ ‘ଭଙ୍ଗା ବୋଲ୍ଟ’କୁ ମଧ୍ୟ ଯାଞ୍ଚ କରୁଛି। ୩୧ ବର୍ଷୀୟ ପ୍ରଶିକ୍ଷାର୍ଥୀ ଡାକ୍ତର ଅଗଷ୍ଟ ୯ ତାରିଖ ଭୋରରେ ହସ୍ପିଟାଲର ସେମିନାର ହଲରେ ୩୬ ଘଣ୍ଟିଆ ସିଫ୍ଟରେ ଶୋଇଥିବା ବେଳେ ତାଙ୍କର ମୃତଦେହ ମିଳିଥିଲା।

ସଞ୍ଜୟ ରାୟ ନାମକ ଜଣେ ନାଗରିକ ସ୍ୱେଚ୍ଛାସେବୀ ତାଙ୍କୁ କୁକର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସରକାରୀ ହସ୍ପିଟାଲର ସେମିନାର ହଲରେ କିପରି ବିନା ବାଧାରେ ଏହି ଅପରାଧ ଘଟିଲା ତାହା ଜାଣିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅପରାଧ ସ୍ଥଳ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବୋଲ୍ଟ ଭାଙ୍ଗିବା କାରଣରୁ କବାଟ କିଛି ସମୟ ପାଇଁ ଖରାପ ହୋଇଯାଇଥିଲା । ଅଗଷ୍ଟ ୯ ତାରିଖ ରାତି ୨ଟାରୁ ୩ଟା ମଧ୍ୟରେ ପୀଡ଼ିତା ହଲ୍ ଭିତରକୁ ପ୍ରବେଶ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଡ୍ୟୁଟିରେ ଥିବା ଜଣେ ଡାକ୍ତର ତାଙ୍କୁ ହଲ୍ ଭିତରେ ଶୋଇଥିବା ଦେଖିଥିଲେ। ଡାକ୍ତର, ଇଣ୍ଟର୍ଣ୍ଣ ଏବଂ କନିଷ୍ଠ ଡାକ୍ତରଙ୍କ ସହ ସାକ୍ଷାତକାରରୁ ଜଣାପଡିଛି ଯେ କବାଟ ଖରାପ ହେବା ଏକ ସାଧାରଣ ସମସ୍ୟା ଥିଲା, ଯାହା ଫଳରେ ପୀଡ଼ିତା ସେହି ରାତିରେ କବାଟ ବନ୍ଦ କରିବାକୁ ସକ୍ଷମ ହୋଇନଥିଲେ।

Advertisement

Leave a Reply

Your email address will not be published. Required fields are marked *