Pratidin TV

Odisha's Digital News Platform

୧୫ ଜାନୁଆରୀରୁ କମ୍ପିବ ସ୍ମାର୍ଟସିଟି: ଡଟ୍ ଫେଷ୍ଟରେ ମନୋରଞ୍ଜନ କରାଇବେ ବଲିଉଡ୍ ଷ୍ଟାର ,ଜାଣନ୍ତୁ କିଏ ଆସିବେ କେଉଁଦିନ ?

1 min read

ଭୁବନେଶ୍ୱର : ଜାନୁଆରୀ ୧୩ ତାରିଖରୁ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌କୁ ଅଧିକ ଆକର୍ଷଣୀୟ କରିବ ଡଟ୍‌ଫେଷ୍ଟ । ୧୫ଦିନ ଧରି ଚାଲିବାକୁ ଥିବା ଏହି ହାଇ-ଭୋଲଟେଜ୍ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ ଓ ପର୍ଯ୍ୟଟକ । ଗତକାଲିଠୁ ବଲିଉଡ୍ ଗାୟକଙ୍କ ସହ କଳାକାର ମାନଙ୍କ ତାଳରେ ଝୁମିବେ ରାଜଦାନୀ ବାସୀ । ବିଶ୍ୱକପ୍‌ର ସାଜସଜ୍ଜାକୁ ଆହୁରୀ ଆକର୍ଷିତ କରିବ ଡଟ୍ ଫେଷ୍ଟର ମାହୋଲ ।

ଜାନୁଆରୀ ୧୫ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ର ପୃଥକ ପୃଥକ୍ ସ୍ଥାନରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଆନ୍ତର୍ଜାତୀୟ ଫୁଡ୍ ଫେଷ୍ଟିଭାଲ, ଭୁବନେଶ୍ଵର ଲାଇଭ, ଭୂ-ଫେଷ୍ଟୋ, ଏକାମ୍ର ଓ୍ଵାକର୍ସ, ନାଇଟ ଫେଲା ମାର୍କେଟ, ଫଟୋ ପ୍ରଦର୍ଶନୀ ଆଦି କରାଯିବ। ଏଥିସହ ଇଣ୍ଟରନ୍ୟାସନାଲ ଫୁଡ ଫେଷ୍ଟିଭାଲରେ ୧୬ଟି ଦେଶ ଯୋଗଦେବେ। ଏକାମ୍ର ହାଟରେ ମୋଟ ୩୦ଟି ଷ୍ଟଲ୍ ଲାଗିବ। ଫୁଡ ଫେଷ୍ଟିଭାଲରେ ମାଣ୍ଡିଆକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

ଗୋଟିଏ ସ୍ୱତନ୍ତ୍ର ଷ୍ଟେଜରେ ପୁରୁଣା ଭୁବନେଶ୍ୱର ଓ ନୂଆ ଭୁବନେଶ୍ୱର ସମ୍ପର୍କିତ ଫଟୋ ପ୍ରଦର୍ଶନୀ ଏବେ ଓ ସେବେ ନାମରେ ଆୟୋଜିତ ହେବ । ସେହିଭଳି ଏକାମ୍ର ହାଟରେ ୬୦ରୁ ଅଧିକ ଷ୍ଟଲ ସହିତ ଖୋଲିବ ନାଇଟ ମାର୍କେଟ ଓ ଉତ୍କଳିକା। ଏକାମ୍ର ୱାକ୍ ଜରିଆରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ସୁଯୋଗ ସାଙ୍ଗକୁ ପାର୍କରେ ଷ୍ଟୋରୀ ଟେଲିଂ ଉପଭୋଗ କରିବାର ମଜା ନେଇପାରିବେ ପର୍ଯ୍ୟଟକ ।

ସେହିଭଳି ପ୍ରଦର୍ଶନୀ ପଡିଆର ଡାହାଣ ପାଶ୍ୱରେ ଜମିବ ବଲିଉଡ୍ ସିଙ୍ଗର ଓ ଡ୍ୟାନ୍ସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତେବେ ଚାଲନ୍ତୁ ଜାଣିବା କେଉଁଦିନ ଆସିବେ କେଉଁ କେଉଁ ଗାୟକ ବା କଳାକାର ..

୧୫ ଜାନୁଆରୀ – ଗୁରୁ ରନଧାୱା
-ଦିଶା ପଟାନ

-ବ୍ଲାକ୍ ସ୍ୱାନ୍ (କେ-ପପ୍‌)

୧୬ ଜାନୁଆରୀ –ହର୍ସଦୀପ୍ କୌର
-ନବରାଜ୍ ହନସ୍‌
-ପ୍ରିୟା ମଲ୍ଲିକ୍
୧୭ ଜାନୁଆରୀ-ନୀତି ମୋହନ
-ଦିବ୍ୟା କୁମାର
୧୮ ଜାନୁଆରୀ-ଲିସା ମିଶ୍ର
-ସ୍ନିତି ମିଶ୍ର
-ଋତୁରାଜ୍ ମହାନ୍ତି
-ର‌୍ୟାପର୍ ବିଗ୍ ଡିଲ୍
୧୯ ଜାନୁଆରୀ – ପିଟି-ହରିପ୍ରଶାଦ ଚୌରାସିୟା
-ଉସ୍‌ଟାଦ୍ ତୌଫିକ୍ କ୍ୟୁରେସି
-ଲୁଇସ୍ ବ୍ୟାଙ୍କ୍
-ଜର୍ଜ ବ୍ରୁକ୍‌ସ
-ଗ୍ୱୱେନ୍ଥ ୱେନଟିଙ୍କ୍
-ଓଜାସ୍ ଅଧିୟା
୨୦ ଜାନୁଆରୀ- ସୁନିଲ ଗ୍ରୋଭର
-ଶିଳ୍ପା ରାଓ
୨୧ ଜାନୁଆରୀ – ଅମିତ୍ ତ୍ରୀବେଦି
୨୨ ଜାନୁଆରୀ-ଉଦିତ୍ ନାରାୟଣ
-ଅଲ୍‌କା ୟାଗ୍‌ନିକ୍
୨୩ ଜାନୁଆରୀ – ସିଦ୍ଧାର୍ଥ ମହାଦେବନ୍
-ସିଭମ୍ ମହାଦେବନ୍
-ଶ୍ରୀନିଧି ଘାଟଟେ
୨୪ ଜାନୁଆରୀ- ସୁଖବିନ୍ଦର ସିଂ
-ସଲମାନ୍ ୟୁସୁଫ୍ ଖାନ୍
-ପୱନଦୀପ୍ ରାଜନ୍
-ଅରୁଣୀତା କାଞ୍ଝିଲାଲ୍‌

Leave a Reply

Your email address will not be published. Required fields are marked *