ମଣ୍ଡପରେ ବାଇକ୍ ମାଗିଲା ବର ; କନ୍ୟାପିତା ଭାଙ୍ଗିଦେଲେ ବାହାଘର…
1 min readବଲାଙ୍ଗୀର : ବାହା ବେଦିରେ ବାଇକ ମାଗି ହଟହଟା ବର। ବାହାଘର ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା, ବେଦିରୁ ଉଠାଇ ଆଣିଲା ପୋଲିସ୍ । ଏବେ ଥାନାରେ ବର ଅଟକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମ ନଗର ପଡାରେ।
ସୁଚନା ଅନୁଯାୟୀ ବୁର୍ଲା ର ଏମ୍. ଡି. ଶେଖ୍ ଖୁରେଶି ପୁଅ ବାହାଘର ପାଇଁ ବରଯାତ୍ରୀ ଧରି ବଲାଙ୍ଗିର ସହର ସ୍ଥିତ ଶ୍ରୀରାମ ନଗରକୁ ଆସିଥିଲେ। ବରଯାତ୍ରୀ ପ୍ରଶେସନ କରି ଧୁମ୍ ଧାମରେ କନ୍ୟା ଘରେ ପହଁଚି ଥିଲେ। ପ୍ରଶେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ। ବହାଘର ପରେ ବେଦି ଉପରେ ବାଇକ୍ ଯୌତୁକ ମାଗିଥିଲେ ବର। ବାହା ପୂର୍ବରୁ କିନ୍ତୁ ବିନା ଯୌତୁକରେ ବାହା ହେବି ବୋଲି କହିଥିଲା ବର। କିନ୍ତୁ ହଠାତ୍ ବାଇକ ମାଗିବାରୁ ଗରିବ ବାପାଙ୍କ ମୁଣ୍ଡରେ ଚଡକ ପଡିଥିଲା। ଯେତେ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ।
ଶେଷରେ କଥା ଯାଇ ଟାଉନ ଥାନାରେ ପହଞ୍ଚିଥିଲା। ପୁଲିସ ଖବର ଦେଇଥିଲେ କନ୍ୟାପିତା। ଟାଉନ ଥାନା ପୁଲିସ ବେଦିରୁ ବର ଓ କିଛି ସମ୍ପର୍କୀୟଙ୍କୁ ଉଠାଇ ନେଇଥିଲା। ବରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୁଲିସ। ବାହା ବେଦିରେ ଯୌତୁକ ଦାବି କରିବାରୁ ବାହା ଘରକୁ ଭାଙ୍ଗି ଦେଇଛନ୍ତି କନ୍ୟାପିତା। ବାହା ଘରରେ ଖର୍ଚ୍ଚ ହୋଇଥିବା ୫ ଲକ୍ଷ ଟଙ୍କା ବର ଘର ଲୋକେ ଭରଣା କରନ୍ତୁ ବୋଲି ଲିଖିତ ଅଭିଯୋଗ କରିଛନ୍ତି କନ୍ୟା ପିତା। ଘଟଣାର ତଦନ୍ତ ଚାଲିଥିବାରୁ ପୁଲିସ କିଛି କହିବାକୁ ମନା କରିଦେଇଛି।