Pratidin TV

Odisha's Digital News Platform

ଡ଼.ପ୍ରମୋଦ ରଥ : ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠି ?

1 min read

ଗତ କିଛି ଦିନ ଧରି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଘେରୁଛନ୍ତି । ରାଜ୍ୟ ରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରୁଛନ୍ତି । ତେବେ ଏହାପରେ ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତି ବରିଷ୍ଠ ଆଇନଜିବୀ ତଥା ସମ୍ବଲପୁର ଓକିଲ ସଂଘର ର ପୂର୍ବତନ ସଭାପତି ଡ଼.ରଥ ଙ୍କୁ ହାଇ କୋର୍ଟ ଆନ୍ଦୋଳନ ରୁ ପଳାୟନପନ୍ଥି ବୋଲି କଟାକ୍ଷ୍ୟ କରିଥିଲେ ।

ଡ଼. ଲେନିନ କହିଥିଲେ ଯେ ୨୦୨୨ ଡିସେମ୍ବର ୧୨ ଘଟଣା ପରେ ଡ଼.ରଥ ସମ୍ବଲପୁର ଛାଡି ରାଜ୍ୟ ବାହାରକୁ ପଳେଇଥିଲେ । ଏହି ପ୍ରଶ୍ନର ଜବାବ ଦେଇଛନ୍ତି ଡ଼.ରଥ । ଡ଼.ରଥ କହିଛନ୍ତି ଯେ ମୁଁ, ପଳାୟନପନ୍ଥି ନୁହେଁ, ମୁଁ ହାଇ କୋର୍ଟ ଆନ୍ଦୋଳନ ସହିତ ଜଡ଼ିତ ଥିଲି ଓ ଅଛି । ଆନ୍ଦୋଳନ ର ସବୁସ୍ତରରେ ମୁଁ ନେତୃତ୍ୱ ନେଇଛି ଏବଂ ନେତୃତ୍ୱ ଙ୍କ ସହିତ ପାଦ କୁ ପାଦ ମିଶେଇ ଆନ୍ଦୋଳନ କରିଛି ।

Advertisement

Leave a Reply

Your email address will not be published. Required fields are marked *