Pratidin TV

Odisha's Digital News Platform

ରୋଗୀସେବା କରୁ କରୁ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଲେଖିଲେ ଡାକ୍ତର ଶୁଭ୍ରମ୍ ପାଣି..

1 min read

ପେଷା ତାଙ୍କର ରୋଗୀ ସେବା କରିବା ହେଲେ ନିଶା ତାଙ୍କର ଲେଖକ । ଯାହାକୁ ଆସି ସିଏ କରି ଦେଖାଇଛନ୍ତି ରୋଗୀ ସେବା ସହିତ ବହି ଲେଖଛନ୍ତି ଡାକ୍ତର । ସେ ହେଉଛନ୍ତି ଡାକ୍ତର ଶୁବ୍ରହମ୍ ପାଣି । ତାଙ୍କ ଦ୍ୱାରା ଲିଖିତ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍‌’ ପୁସ୍ତକ ଉନ୍ମୋଚିତ ହୋଇସାରିଛି । ପ୍ରେମ, ମାନବିକତା, ଉତ୍ସାହ, ଦୁଃଖ ଓ ବ୍ୟକ୍ତିଗତ ବିକାଶ ବିଷୟକୁ ନେଇ ଏଥିରେ ବର୍ଣ୍ଣନା କରାଯାଇଛି ।

ଡାକ୍ତର ପାଣି କାହାଣୀର ମୁଖ୍ୟ ଚରିତ୍ର ରୋଜାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରି ଗଳ୍ପଟିକୁ ରୂପ ଦେବା ସହ ଏକ ଚେତନାଧର୍ମୀ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି । ଡାକ୍ତର ଶୁବ୍ରହମ୍ ସର୍ବଦା ତାଙ୍କ ଲେଖାରେ ଏକ ଉଚ୍ଚକୋଟୀର ସାହିତ୍ୟ ଛିଟା ଛାଡ଼ିଯିବାକୁ ପ୍ରୟାସ କରିଥାନ୍ତି , ଯାହାକି ତାଙ୍କର ଆଗାମୀ ପୁସ୍ତକ ‘ଟର୍ଣ୍ଣିଙ୍ଗ୍ ଦ ଟାଇଡ’ରେ ମଧ୍ୟ ପରିଲକ୍ଷିତ ହେବ । ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ କୋଭିଡ୍ ସମୟରେ ରୋଗୀଙ୍କ ଦୁଃଖ, ଯନ୍ତ୍ରଣା ଓ ଡାକ୍ତରମାନଙ୍କର ବୀରତ୍ୱପୂର୍ଣ୍ଣ ଭୂମିକାକୁ ଅତି ନିଚ୍ଛକ ଭାବେ ସେ ବର୍ଣ୍ଣନା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *