Pratidin TV

Odisha's Digital News Platform

ଓଡ଼ିଶାରେ ପହଞ୍ଚି ମା’ କିଚକେଶ୍ବରୀଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ମୟୁରଭଞ୍ଜ ଖିଚିଂରେ ପହଞ୍ଚିଲେ ରାଷ୍ଟ୍ରପତି | ପହଞ୍ଚି ସାରି ରାଷ୍ଟ୍ରପତି ମୁର୍ମୁ କରିଛନ୍ତି ଖିଚିଂର ପ୍ରସିଦ୍ଧ ମାଆ କିଚଏକେଶ୍ବରୀଙ୍କ ଦର୍ଶନ | ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରରେ କାର୍ଯ୍ୟକ୍ରମରେ ସାମିଲ ହେବେ | ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ୪ ଦିନିଆ ଗସ୍ତରେ କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।ଏଥିମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ ରାଷ୍ଟ୍ରପତି ।

ଏହାପରେ ଭୁବନେଶ୍ବରସ୍ଥିତ ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନରେ ଖ୍ଯ ଅତିଥି ଭାବେ ଯୋଗଦେବେ । ତେବେ ରାତ୍ରୀଯାପନ ରାଜଭବନରେ ବିତାଇବେ | ପରେ ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ।ଭୁବନେଶ୍ବର ଫେରି ଅପରାହ୍ମରେ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ୨ ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *