Pratidin TV

Odisha's Digital News Platform

ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ଉପସ୍ଥିତ ରହିଲେ ମୋଦୀ ଓ ଶାହ

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଓ ଗୌରବ ଭାବରେ ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ଭରିଛନ୍ତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ଦାଖଲ କରିଥିଲେ ଦ୍ରୌପଦୀ । ପ୍ରଥମରୁ ବିଜେଡି ସମର୍ଥନ ଦେଇଥିବା ବେଳେ ୱାଇଏସଆର୍ କଂଗ୍ରେସର ଜଗନ ମୋହନ ରେଡ୍ଡୀ ମଧ୍ୟ ସମର୍ଥନ ଜାହିର କରିଛନ୍ତି । ପ୍ରସ୍ତାବକଙ୍କ ମଧ୍ୟରେ ବିଜେଡିର ଦୁଇ ମନ୍ତ୍ରୀ ଟୁକୁନି ସାହୁ ଏବଂ ଜଗନ୍ନାଥ ସାରକା ରହିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ ।

ପୂର୍ବରୁ ଏନଡିଏ ମେଣ୍ଟ ନିକଟରେ ୪୮ ପ୍ରତିଶତ ସମର୍ଥନ ରହିଥିବା ବେଳେ ନବୀନ ପଟ୍ଟନାୟକ ଏବଂ ଜଗନ ରେଡ୍ଡୀଙ୍କ ସମର୍ଥନ ପରେ ଏନଡିଏର ଭୋଟ ପ୍ରତିଶତ ୫୫ରେ ପହଞ୍ଚିଛି । ଦ୍ରୌପଦୀ ମୁର୍ମୁ ପ୍ରଥମ ଜନଜାତି ତଥା ଜନଜାତି ମହିଳା ଭାବରେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବା ଆପାତତଃ ସ୍ପଷ୍ଟ ହୋଇଛି ।

Leave a Reply

Your email address will not be published. Required fields are marked *