Pratidin TV

Odisha's Digital News Platform

ରକ୍ଷା ବନ୍ଧନରେ ରାଷ୍ଟ୍ରପତିଙ୍କ ମହିଳା ସରୁକ୍ଷା ଚିନ୍ତା , ରାକ୍ଷୀରେ ଶୁଭେଚ୍ଛା ଜଣାଇ ମହିଳା ସୁରକ୍ଷାର ବାର୍ତ୍ତା ଦେଲେ ମହାମହିମ ..

1 min read

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ସ୍ନେହ, ପ୍ରେମ ଏ ଭଲ ପାଇବାର ପ୍ରତିକର ଦିନ । ଗାଁଠୁ ସହର ଉତ୍ସବମୁଖର ପରିବେଷ । ପିଠାପଣାରେ ମହକୁଛି ଗାଁଗଣ୍ଡା । ଭାଇ ହାତରେ ସେନେହର ଡୋରି ବାନ୍ଧୁଛି ଭଉଣୀ । ଏ ରାକ୍ଷୀ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବ । ତେବେ ଏହି ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳା ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କରିଥିବା ଏକ ପୋଷ୍ଟରେ ସେ ମହିଳାଙ୍କ ସୁରକ୍ଷା ନେଇ ସଂକଳ୍ପ ନେବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଦେଶର ପ୍ରଥମ ନାଗରିକ ଏଥିରେ ଲେଖିଛନ୍ତି, ଭାଇଭଉଣୀଙ୍କ ମଧ୍ୟରେ ଥିବା ପ୍ରେମ ଓ ବିଶ୍ୱାସର ପର୍ବ ରାକ୍ଷୀପୂର୍ଣ୍ଣିମା । ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣିଥାଏ । ତେବେ ଏହି ପର୍ବରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ।

ସେହିପରି ଉପରାଷ୍ଟ୍ରପତି ଜଗଦିପ ଧନଖଡ ମଧ୍ୟ ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇବା ସହ ମହିଳାଙ୍କ ସୁରକ୍ଷାକୁ ପାଇଁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ଲେଖିଛନ୍ତି, ଆଜି ପରି ଦିନରେ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ହେବା ଉଚିତ । ଆମେ ଏପରି ଏକ ପରିଚୟ ସୃଷ୍ଟି କରିବା ଉଚିତ ଯାହା ଦ୍ୱାରା ସେମାନେ ନିଜ ଦକ୍ଷତାକୁ ଭଲ ଭାବେରେ ଅନୁଭବ କରି ପାରିବେ ।

ତେବେ କୋଲକତା ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କ ହତ୍ୟା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଲେଖିଛନ୍ତି, ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅପାର ପ୍ରେମ ପ୍ରତୀକ ରକ୍ଷାବନ୍ଧନ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ଆପଣଙ୍କ ସମ୍ପର୍କ ଏବଂ ସୁଖ, ସମୃଦ୍ଧି ଏବଂ ଆପଣଙ୍କ ଜୀବନରେ ନୂତନ ମଧୁରତା ଆଣିଦେଉ ।

Leave a Reply

Your email address will not be published. Required fields are marked *