Pratidin TV

Odisha's Digital News Platform

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଲା ଭାରତରତ୍ନ , ଘରକୁ ଯାଇ ସମ୍ମାନୀତ କଲେ ମହାମହିମ …

1 min read

ଭାରତ ରତ୍ନରେ ସମ୍ମାନୀତ ହେଲେ ଲାଲକୃଷ୍ଣ ଆଡଭାନୀ । ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭେଟେରାନ୍ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ । ଆଜ ଲାଲକୃଷ୍ଣ ଆଡଭାନିଙ୍କୁ ଭାରତ ରତ୍ନ ସମ୍ମାନ ରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶନିବାର ରାଷ୍ଟ୍ରପତି ଭବନରେ ଭାରତରତ୍ନ ପ୍ରଦାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଭାରତରତ୍ନ ପ୍ରଦାନ କରାଯାଇଥିଲା । ଅସୁସ୍ଥତା କାରଣରୁ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଶନିବାର ଉପସ୍ଥିତ ରହିପାରିନଥିଲେ । ତେଣୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାସଭବନରେ ପହଞ୍ଚି ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ସମ୍ମାନ ପ୍ରଦାନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *