Pratidin TV

Odisha's Digital News Platform

ରାଷ୍ଟ୍ରପତି ଭାବେ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ,ଏପରି କହିଲେ ମୁର୍ମୁ

ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦୈପଦୀ ମୁର୍ମୁ । ସୁପ୍ରିକକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରମନା ଶପଥ ପାଠ କରାଇଲେ ନୁତନ ରାଷ୍ଟ୍ରପତି ମୁର୍ମୁଙ୍କୁ । ଏହାପରେ ଜୁହାର ,ନମସ୍କାରରୁ ଆରମ୍ଭ କରିଥିଲେ ନିଜର ଅଭିଭାଷଣ । ଦେଶର ଦାୟିତ୍ୱ ଭାର ଗ୍ରହଣ କରିବା ପରେ ସମ୍ବୋଧନାରେ ସେଠାରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଧାୟକଙ୍କୁ ପ୍ରଥମେ ଧନ୍ୟବାଦ ଜଣାଇଥିଲେ । ଏହା ପରେ ଆରମ୍ଭ କରିଥିଲେ ଦେଶପ୍ରତି ନିଜର କର୍ତ୍ତବ୍ୟକୁ ,ଦେଶର ସବୁ ନାଗରିକଙ୍କ ଆଶା,ଆକାଂକ୍ଷା ପୂରଣ କରିବା ସହ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବେ ବୋଲି କହିଲେ ରାଷ୍ଟ୍ରପତି ମୁର୍ମୁ ।କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ତାଙ୍କୁ ଦେଶର ଏତେ ବଢ ଦାୟିତ୍ୱ ମିଳିଥିବାରୁ,ଏହାକୁ ଏକ ଐତିହାସିକ ମୁହୁର୍ତ୍ତ ଭାବି ଆଗକୁ ଆହୁରି ୨୫ ବର୍ଷ ମକ୍ଷ୍ୟ ନେଇ କାମ ଆରମ୍ଭ କରିବେ ।

ଏହା ସହ ସମ୍ବୋଧନାରେ ନିଜର କାଉସିଲରୁ ରାଷ୍ଟ୍ରପତି ଯାତ୍ରାକୁ ନେଇ ଆରମ୍ଭ କରିଥିଲେ ନିଜର ବକ୍ତବ୍ୟ । “ଓଡିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ । କେବେ ଭାବିନଥିଲି ଏଠି ଏପରି ଭାବରେ ପାଦ ଦେବି ବୋଲି । ଗାଁରେ ପ୍ରାଥମିକ ଶିକ୍ଷା ସ୍ୱପ୍ନ ଥିଲା ମୋ ପାଇଁ ।କିନ୍ତୁ ନିଜ ପ୍ରୟାସ ଆଉ ଦୃଢ ମନବଳରେ ଗାଁର ପ୍ରଥମ ବ୍ୟକ୍ତି ଭାବେ କଲେଜରେ ଶିକ୍ଷା ଗ୍ରହଣ କରିଥିଲି । ଏହାପରେ ରାଇରଙ୍ଗପୁର ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମୁଁ ଶିକ୍ଷକତା କରିଥିଲି । ଯେଉଁଠାରେ ଅରବିନ୍ଦଙ୍କ ନୀତି,ଆଦର୍ଶ ମୋତେ ଅନେକ ମାତ୍ରାରେ ପ୍ରେରିତ କରିଥିଲା । ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସିପାରିଛି । ଏହା ଆମ ଲୋକତନ୍ତ୍ରର ଶକ୍ତି,ଯାହା ଫଳରେ ଜାଣେ ଆଦିବାସୀ ଏପରି ଭାବେ ଶୀର୍ଷକୁ ଯାଇପାରିଛି” ।

ଏହା ପରେ ମୁର୍ମୁ ଜୁଲାଇ ୨୬ କାର୍ଗିଲ ବିଜୟ ଦିବସ ଅବସରରେ ଭାରତର ବୀର ପୁତ୍ର ମାନଙ୍କୁ ଆଗୁଆ ବଧାଇ ଜଣାଇଛନ୍ତି । ୨୦୦କୋଟି ଡୋଜ୍ କରୋନା ଟିକାକରନ କରି ଭାରତ ସାରା ବିଶ୍ୱରେ ନିଜର ସାମର୍ଥ୍ୟ ଦେଖାଇଛି ବୋଲି କହିଲେ ମୁର୍ମୁ । ଏହାପରେ ସେ ଜନସାଧାରଣଙ୍କୁ ଭୋକାଲ୍ ଫର୍ ଲୋକାଲ ହେବାକୁ ଆହ୍ୱାନ ଦେଇଥିଲେ ଏବଂ ଦେଶର ଯୁବକମାନଙ୍କୁ ରେକର୍ଡ ସଂଖ୍ୟକ ଷ୍ଟାର୍ଟ ଅପ୍ ସୃଷ୍ଟି କରିବାକୁ ନେଇ ମଧ୍ୟ ଅନେକ ପ୍ରଶଂସା କରିଥିଲେ ।

ଏହାପରେ ସନ୍ଥକବି ଭିମଭୋଇଙ୍କ ଅଭିଭାଷଣ କବିତା ‘ମୋ ଜୀବନ ପଛେ ନର୍କେ ପଡିଥାଉ ,ଜଗତ ଅଦ୍ଧାର ହେଉ’ ଆବୃତି କରିଥିଲେ ନୂତନ ରାଷ୍ଟ୍ରପତି ମୁର୍ମୁ । ଶେଷରେ ସେ ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିବେ ବୋଲି କହିଥିଲେ । ଏବଂ ସମସ୍ତେ ଏକଜୁଟ ହୋଇ ଏକ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କାର୍ଯ୍ୟ କରିବା ବୋଲି ଆହ୍ୱାନ ଦେଇଥିଲେ ନୂତନ ରାଷ୍ଟ୍ରପତି ଦୈପଦୀ ମୁର୍ମୁ ।

Leave a Reply

Your email address will not be published. Required fields are marked *