Pratidin TV

Odisha's Digital News Platform

ଆଜି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ: ସମର୍ଥନ ଘୋଷଣା କଲା ୱାଇଏସ୍‌ଆର କଂଗ୍ରେସ

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି  ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହାବାଦ ବିଜେପି ଓ ଏହାର ସହଯୋଗୀ ଦଳର ଅନେକ ନେତା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ତେବେ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଦଳ ୱାଇଏସ୍‌ଆର କଂଗ୍ରେସ ଶ୍ରୀମତୀ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେବ। ଜଗନ ମୋହନଙ୍କ ଦଳ ସବୁବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକଙ୍କ ବିକାଶ ଉପରେ ଫୋକସ କରି ଆସିଛି। ତେଣୁ ରାଷ୍ଟ୍ରପତି ନିର୍ବାଚନରେ ୱାଇଏସ୍‌ଆର କଂଗ୍ରେସ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ ଜଗନ ମୋହନ ରେଡ୍ଡୀ କହିଛନ୍ତି।

Leave a Reply

Your email address will not be published. Required fields are marked *