ଛୁଟି ଦିନରେ କର୍ମଚାରୀଙ୍କୁ ଫୋନ କଲେ ଦେବାକୁ ପଡିବ ୧ ଲକ୍ଷ ଟଙ୍କାର ଫାଇନ୍ ..
1 min readନୂଆଦିଲ୍ଲୀ : ସପ୍ତାହର ୬ ଦିନ କାମ କରିବା ପରେ କର୍ମଚାରୀମାନେ ଗୋଟେ ଦିନ ଛୁଟି ନେଇ ଶାନ୍ତିରେ ଶୋଇବାକୁ ଚାହାନ୍ତି । ସେଦିନ ନା ତାଙ୍କୁ କୌଣସି ଫୋନ କଲ୍ ନା କୌଣସି କାମ ବିଷୟରେ ଶୁଣିବାକୁ ଇଛା ହୁଏ । କେବଳ ଟିକେ ଶାନ୍ତିର ନିଦରେ ଶୋଇବାକୁ ଚାହନ୍ତି ସବୁ ସରକାରୀ ହେଉ ବା ବେସକାରି କର୍ମଚାରୀମାନେ । କିନ୍ତୁ ଆମେ ଅନେକ କ୍ଷେତ୍ରରେ ଦେଖିବାକୁ ପାଇଛେ ଯେ ରବିବାର ଦିନ ବି ଅନେକ କମ୍ପାନୀର ବସ୍ ମାନେ ନିଜ କର୍ମଚାରୀମାନଙ୍କୁ ଫୋନ କରି ପୁରୁଣା କାମ ବିଷୟରେ ପଚାରିଥାନ୍ତି । କିନ୍ତୁ ସାବଧାନ ! ବର୍ତ୍ତମାନ ଏମିତି କଲେ ଦେବାକୁ ପଡିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ।
ଏନେଇ ଫାଣ୍ଟାସି ସ୍ପୋଟର୍ସ ପ୍ଲାଟଫର୍ମ (ଡ୍ରିମ୍ ୧୧ )କର୍ମଚାରିମାନଙ୍କ ପାଇଁ ଗୋଟେ ସାନଦାର୍ ପଲିସି ତିଆରୀ କରିଛି । ଯାହାକୁ ଶୁଣିବା ପରେ କର୍ମଚାରୀଙ୍କ ପାଦ ଖୁସିରେ ତଳେ ଲାଗୁନି । ତେବେ ଚାଲନ୍ତୁ ଜାଣିବା କଣ ଏହି ପଲିସି ।
ତେବେ (ଡ୍ରିମ୍ ୧୧) ପଲିସି ଅନୁଯାୟୀ ଛୁଟି ଦିନ ମାନଙ୍କରେ କର୍ମଚାରୀମାନଙ୍କୁ କାମ ସହ ଜଡିତ କୌଣସି ଫୋନ ବା ମେସେଜ୍ କରାଯାଇପାରିବ ନାହିଁ । ଡ୍ରିମ ୧୧ ଏହା ମଧ୍ୟ ଘୋଷଣା କରିଛି ଯେ ଯଦି କେହିବି ଛୁଟି ଦିନ ମାନଙ୍କରେ ନିଜ କର୍ମଚାରୀକୁ କାମ କରିବା ପାଇଁ ବାଧ୍ୟ କରିଛି । ତେବେ ସେହି କମ୍ପାନୀର ମାଲିକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେମିତି କର୍ମଚାରୀ ମାନେ ନିଜ ଛୁଟିଦିନରେ ଶାନ୍ତିରେ ବିଶ୍ରାମ ନେଇପାରିବେ । ସେନେଇ ଡ୍ରିମ୍ ୧୧ ଏହି ନୂଆ ପଲିସିକୁ ଆରମ୍ଭ କରିଛି ।
ଡ୍ରିମ୍ ୧୧ ର ଅନପ୍ଲଗ୍ ପଲିସିରେ କୁହାଯାଇଛି କି କର୍ମଚାରୀମାନେ ନିଜ ଛୁଟି ଦିନରେ କାମ ସହ ଜଡିତ କୌଣସି ଇମେଲ୍ ,ଚିଠି କିମ୍ବା ଫୋନ କଲ ଗୁଡିକୁ ଉଠାବେ ନାହିଁ । କିମ୍ବା ତାଙ୍କୁ କୌଣସି ପ୍ରକାରର ହଇରାଣ ଯେଭଳି ନକରାଯାଏ । କର୍ମଚାରୀମାନେ ଗୋଟେ ସପ୍ତାହ ଛୁଟି ସମୟରେ ନିଜ କାର୍ଯ୍ୟରୁ ନିଜକୁ ସମ୍ପୂର୍ଣ୍ଣ ଦୂରରେ ରଖିପାରିବେ । ତେବେ ଡ୍ରିମ୍ ୧୧ ନିଜର ଏହି ପଲିସିକୁ ଲିଙ୍କ୍ଡ୍-ଇନ୍ ଆପ୍ରେ ଘୋଷଣା କରିଛି । ଲିଙ୍କ୍ଡ୍ ଇନ୍ ପୋଷ୍ଟରେ କମ୍ପାନୀ ଲେଖିଛି ଯେ ‘ଡ୍ରିମ୍ ୧୧ ରେ ଆମେମାନେ ପ୍ରକୃତରେ ଡ୍ରିମଷ୍ଟାର ଲଗ୍ଅଫ୍ କରିଥାଉ’ ।