Pratidin TV

Odisha's Digital News Platform

ଓଡିଶା ଆସିବେ ଡ୍ରିମଗର୍ଲ , ଦଳ ପାଇଁ କରିବେ ପ୍ରଚାର ।

1 min read

ଓଡିଶା ଆସିବେ ଡ୍ରିମଗର୍ଲ ହେମାମାଳିନୀ । ଦଳ ପାଇଁ ବୁଲି ବୁଲି କରିବେ ପ୍ରଚାର । ବିଜେପି ନେତ୍ରୀ ତଥା ମଥୁରା ସାଂସଦ ହେମା ମାଳିନୀ ନିର୍ବାଚନ ପ୍ରସାର ପାଇଁ ଓଡିଶା ଆସୁଛନ୍ତି । ରାଜ୍ୟ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାମ ସ୍ଥାନ ପାଇଛି।

ତେବେ ହେମା ମାଳିନୀ କେବେ ଓଡ଼ିଶା ଆସିବେ ଓ ପ୍ରଚାର କରିବେ, ତାହା ସ୍ପଷ୍ଟ ହୋଇ ନାହିଁ। ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା ।

Advertisement

ସେହିପରି ନିର୍ବାଚନ ପ୍ରଚାର ପାଇଁ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭବାନୀପାଟଣା ଓ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ନବରଙ୍ଗପୁର ଓ କୋରାପୁଟରେ ସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ।

Leave a Reply

Your email address will not be published. Required fields are marked *