Pratidin TV

Odisha's Digital News Platform

ଏବେ ସମୁଦ୍ରର ଲୁଣି ପାଣିରୁ ବାହାରିବ ପିଇବା ପାଣି ..

ଏବେ ପିଇ ହେବ ସମୁଦ୍ରର ଲୁଣି ପାଣି । ଏଥିପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ ଏକ କମ୍ପାନୀ। ବିଧାନସଭାରେ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ।  ଅପର ପକ୍ଷରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୂଷିତ ପାନୀୟ ଜଳ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ବିଷାକ୍ତ ପାନୀୟ ଜଳ ଯୋଗୁ କ୍ୟାନ୍ସର ଏବଂ ଚର୍ମ ରୋଗରେ ଲୋକେ ଶିକାର ହେଉଥିବା ନେଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଡେଲାଙ୍ଗ, କଣାସର ୧୨୬, ବ୍ରହ୍ମଗିରିରେ ୧୪ଟି, କୃଷ୍ଣପ୍ରସାଦ, ସତ୍ୟବାଦୀ ବ୍ଲକର ଅନେକ ଗାଁରେ ଦୂଷିତ ପାନୀୟ ଜଳ ନେଇ ଅସହାୟତା ପ୍ରକାଶ କରିଛନ୍ତି।

ଦୟା ନଦୀର ଶଯ୍ୟା ନଭେମ୍ବର ପରେ ଶୁଷ୍କ ହୋଇଯାଉଥିବା କହିଛନ୍ତି। ପ୍ରଦୂଷଣ ମୁକ୍ତ ଜଳ ଉପରେ ସରକାର ଧ୍ୟାନ ଦେବା ନେଇ ଗୃହରେ ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉତ୍ତରରେ ପାନୀୟ ଜଳ ମନ୍ତ୍ରୀ କହିଛନ୍ତି ଯେ, ଦୟା ନଦୀ ଉପରେ ୫ଟି ପାନୀୟ ଜଳ ପ୍ରକଳ୍ପ ରହିଛି। ମୁଣ୍ଡଳୀରୁ ଭାର୍ଗବୀ ଖାଲ ଏବଂ ଦୟା ଉପରେ ରହିଛି। ଗ୍ରୀଷ୍ମ କାଳରେ ପାଣି ଯାଉଛି, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ବିଭିନ୍ନ ଚେକ ଡ୍ୟାମ ମାଧ୍ୟମରେ ଜଳ ସଂରକ୍ଷଣ କରି ତାକୁ ବ୍ୟବହାର କରାଗଲେ ପାଣିର ଅଭାବ ରହିବ ନାହିଁ।

Leave a Reply

Your email address will not be published. Required fields are marked *