Pratidin TV

Odisha's Digital News Platform

ପିଇବା ପାଣି ପାଇଁ ଡହଳବିକଳ ; ଶେଷରେ ନଈପାଣି ପିଇ ବଞ୍ଚାଇଲେ ଜୀବନ

1 min read

ପୁରୀ: ସହରାଞ୍ଚଳରେ ଲୋକମାନଙ୍କୁ ଆବଶ୍ୟକତାଠୁ ଅଧିକ ପାଣି ମିଳିବ ବେଳେ । ପୁରୀ ଜିଲ୍ଲା ନିମାପଡା ବ୍ଲକରେ ଦେଖିବାକୁ ମିଳିଛି ଜଳର ଘୋର ଅଭାବ । ଗୋଟେ ପଟେ ଲୋକ ଆବଶ୍ୟକତାଠାରୁ ଅଧିକ ଜଳ ପାଇ ଅଜଥା ନଷ୍ଟ କରୁଥିବା ବେଳେ ଅନ୍ୟପଟେ ନିମାପଡା ବ୍ଲକର ଖିରିଖିଆ ଗ୍ରାମବାସୀ ଦୀର୍ଘଦିନ ଧରି ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ।


ତେବେ ଗାଁଟି ପଞ୍ଚାୟତ ଉପର ମୁଣ୍ଡରେ ଥିବାରୁ ତଲ ମୁଣ୍ଡରେ ଥିବା ପାଣିଟାଙ୍କିରୁ ପାଣି ଯାଇପାରୁନାହିଁ । ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ଭାଗର୍ବୀ ନଦୀରୁ ପାଣି ଆଣି ପିଉଛନ୍ତି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେବି କୌଣସି ପ୍ରକାରର ପଦକ୍ଷପ ନିଆଯାଇନି ଏପର୍ଯ୍ୟାନ୍ତ ।

Advertisement

Leave a Reply

Your email address will not be published. Required fields are marked *