Pratidin TV

Odisha's Digital News Platform

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃତଘାତ୍ ; ମୃତ୍ୟୁ ପୂର୍ବରୁ ବି ଛାଡିଲେନି ଷ୍ଟେରିଂ , ଏମିତି ବଞ୍ଚାଲେ ଯାତ୍ରୀଙ୍କୁ

1 min read

କନ୍ଧମାଳ ; ଚଳନ୍ତା ବସ୍‌ରେ ଟଳିପଡିଲେ ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ମୃତ୍ୟୁ ପୂର୍ବରୁ ବି ଛାଡିଲେନି ଷ୍ଟ୍ରେରିଂ , ଯାତ୍ରୀଙ୍କୁ ବଞ୍ଚାଇବାକୁ କରିଥିଲେ ପ୍ରାଣପଣେ ଚେଷ୍ଟା । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ତା-୨୭-୧୦-୨୦୨୩. ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ନମ୍ବର OD -02 AQ-7701(ମା ଲକ୍ଷ୍ମୀ ) ପାବୁରିଆ ଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂର ରେ ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି ।

ସୂଚନା ପ୍ରକାରେ ବସ ଡ୍ରାଇଭର ସନାତନ ପ୍ରଧାନ (୫୨) ଗାଡ଼ି ସାରଙ୍ଗଗଡ଼ ରୁ ଠିକ ଭାବେ ଚଳାଇ ଆସୁଥିଲେ । କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ହେଲପର କାଳିଆ ତ୍ରୁଟି ପରିଲକ୍ଷିତ କରିଥିଲେ । ଏହି ସମୟରେ ହଠାତ୍ ଗାଡିଟି ଏକ ନାଳ ପାଖରେ ବାଡେଇ ହୋଇ ରହିଯାଇଥିଲା । ଯାହା ଫଳରେ ଲକ୍ଷ୍ମୀ ବସ୍ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା । ଏବଂ ହେଲପର ସହ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିଲେ । କିନ୍ତୁ ଡ୍ରାଇଭର ଆଉ ଉଠିନଥିଲେ ସେହି ଷ୍ଟେରିଂ ଉପରେ ଶୋଇପଡିଥିଲେ । ସେ ସମୟରେ କେହି କିଛି ବୁଝିପାରିନଥିଲେ ।

Advertisement

ପରବର୍ତ୍ତୀ ସମୟରେ ଯେତେବେଳେ ହେଲପର ଜଣଙ୍କ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ସେ ଆଉ ଉଠିନଥିଲେ । ଏନେଇ ହେଲପର ତୁରନ୍ତ ଆମ୍ଭୁଲାନ୍ସ କୁ ଫୋନକରିବା ସହ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ ନେଇଥିଲେ । ତେବେ ଘଟଣା ସ୍ଥଳରେ ଟିକାବାଲି ଟିମ୍ ହୁମାନେଟ୍ ର ନିଳ ମାଧବ ଏବଂ ଘରୋଇ ମାଲିକ ସଂଘର ମଣ୍ଟୁ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *