Pratidin TV

Odisha's Digital News Platform

ସାବଧାନ !ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର…

1 min read

ବେଆଇନ ପାର୍କିଂ କରୁଥିଲେ ହୋଇଯାନ୍ତୁ ସାବଧାନ । ନଚେତ ବେଆଇନ ପାର୍କିଂ କଲେ ଏବେ ଡ୍ରାଇଭରଙ୍କୁ ଯିବାକୁ ପଡ଼ିବ ଜେଲ । ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୪୫ ଜଣଙ୍କର ଜୀବନ ଯାଇଛି । ତେଣୁ ସମସ୍ତ ଜିଲ୍ଲା ପୋଲିସ ଏ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର।

ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ ହେଉଛି କୌଣସି ଉଦ୍ଦେଶ୍ୟ ନଥାଇ କୌଣସି ବ୍ୟକ୍ତିର ନିର୍ଦ୍ଧିଷ୍ଟ କାର୍ଯ୍ୟ ଦ୍ୱାରା ଅନ୍ୟ ବ୍ୟକ୍ତିର ମୃତ୍ୟୁ ହେବା। ବିଏନଏସ ଦଫା ୧୦୫ ରେ ୫ ବର୍ଷରୁ ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କରୁଥିଲେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ ।

Advertisement

Leave a Reply

Your email address will not be published. Required fields are marked *