Pratidin TV

Odisha's Digital News Platform

ପରିବର୍ତ୍ତନ ହେଲା ଡ୍ରାଇଭିଂଲାଇସେନ୍ସ ନିୟମ

ନୂଆଦିଲ୍ଲୀ : କେନ୍ଦ୍ରସରକାର ଆଣିଲେ ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ ପରିବର୍ତ୍ତନ । ବର୍ତ୍ଥମାନ ଆଉ କାହାରିକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଚଂଳିକ ପରିବହନ କାର୍ଯ୍ୟାଳୟ (ଜଞଙ) ଅଫିସ ଯିବାର ଆବଶ୍ୟକ ନାହିଁ କି ଲମ୍ବା ଧାଡିରେ ମଧ୍ୟ ଠିଆ ହେବାକୁ ପଡିବ ନାହିଁ । ଏବେ ଅତି ସହଜରେ ସାଧାରଣ ଲୋକେ ବାହାର କରିପାରିବେ ଡ୍ରାଇଭିଂ ଲାଇସେନ୍ସ ।

କେନ୍ଦ୍ରପରିବହନ ଏବଂ ରାଜପଥ କେନ୍ଦ୍ର ମନ୍ତ୍ରାଳୟ ସୂଚନା ଅନୁଯାୟୀ ପ୍ରଥମରେ ଏକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଆଚଂଳିକ ପରିବହନ କାର୍ଯ୍ୟାଳୟରେ ଡ୍ରାଇଭିଂ ପରୀକ୍ଷାର ଦେବାର ଆବଶ୍ୟକତା ନାହିଁ ତାସହ ସାଧାରଣ ବ୍ୟକ୍ତି ନିଜେ ଯେକୌଣସି ଏକ ଡ୍ରାଇଭିଂ ଟ୍ରେନିଂ ସ୍କୁଲରେ ଡ୍ରାଇଭିଂ ଲାଇସେନ୍ସ ପାଇଂ ନାମ ପଞିକରଣ କରାଇ ସେଠାରେ ଡ୍ରାଇଭଂର ଟ୍ରେନିଂ ନେବା ସହ ସେଥିରେ ପାସ୍ କରି ଏକ ସାର୍ଟିଫିକେଟ୍ ଆଣିଲାପରେ ସେହି ସାର୍ଟିଫିକେଟ ଆଧାରରେ ଆବେଦନକାରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯିବ ।

ଆଉ ମଧ୍ୟ ଟ୍ରେନିଂ ସେଣ୍ଟର ମାନଙ୍କ ନିମନ୍ତେ କିଛି ସର୍ତ୍ତ ଏବଂ ନିର୍ଦ୍ଦେଶାବଳୀ ଲାଗୁକରାଯାଇଛି ଯେଉଁଥିରେ ପ୍ରଶିକ୍ଷଣ କେନ୍ଦ୍ର ପରରିସରରୁ ପ୍ରଶିକ୍ଷକଙ୍କ ଶିକ୍ଷା ପର୍ଯ୍ୟାନ୍ତ ଅନ୍ତର୍ଭୁକ୍ତ । ପ୍ରାଧିକୃତ ସଂସ୍ଥା ନିଶ୍ଚିତ କରିଛନ୍ତି ଯେ ଦୁଇଚକିଆ , ତିନିଚକିଆ ଓ ହାଲକା ମୋଟର ନିମନ୍ତେ ଏକ ଏକର ଜମି ,ମଧ୍ୟମ ଓ ଭାରୀ ସାମଗ୍ରୀ ଯାନ କିମ୍ବା ଟ୍ରେଲର ପାଇଁ ୨ ଏକର ଜମି ଆବଶ୍ୟାକ ।ଦ୍ୱିତୀୟରେ ପ୍ରଶିକ୍ଷକର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍ କରିବା ସହ ୫ ବର୍ଷ ଗାଡି ଚଲେଇବାର ଅଭିଜ୍ଞ୍ୟତା ଥିବା ନିହାତି ଆବଶ୍ୟକ । ତୃତୀୟରେ ଏଥିରରେ ଏକ ପାଠ୍ୟଖସଡା ରହିବ ଯେଉଁଥିରେ କେଉଁ ଯାନ ପାଇଁ କେତେଟା ପ୍ରାକଟିକାଲ ଓ କେତେଟା ଥିଓରି କ୍ଲାସ ରହିବ ତାହା ଅର୍ନ୍ତଭୁକ୍ତ କରାଯିବ ।ମଧ୍ୟମ ମୋଟର ଯାନ ପାଇଁ ୪ ସପ୍ତାହରେ ସର୍ବମୋଟ ୨୯ ଘଣ୍ଟା ସମୟ ରହିବ । ଚତୁର୍ଥରେ ପ୍ରାକ୍‌ଟିକାଲ ଓ ଥିଓରୀ ମଧ୍ୟରୁ ୮ ଘଣ୍ଟା ଥିଓରୀ ପାଇଁ ରହିବ ଯେଉଁଥିରେ ଲୋକମାନଙ୍କୁ ସଡକ ଆଚରଣ,ସଡକରେ ବେଗ ,ଟ୍ରାଫିକ ଶିକ୍ଷା ସହ ଦୁର୍ଘଟଣା ର କାରଣ ସହ ଅବଗତ କରାଯିବ । ପ୍ରାକ୍‌ଟିକାଲ କ୍ଷେତ୍ରରେ ୨୧ ଘଣ୍ଟାର ଟ୍ରେନିଂ ଦିଆଯିବ ଯେଉଁଥିରେ ସାଧାରନ ସଡକ,ଗାଁ ସଡକ,ସହର ସଡକ,ହାଇଓଏ ସହ ଉପରୁ ତଳକୁ ଓ ତଳୁ ଉପରକୁ , ଓଲଟା ଓ ପାର୍କିଂ କିପରି କରିବେ ବା ଚଲେଇବେ ତାହା ଶିଖାଯିବ ।

Leave a Reply

Your email address will not be published. Required fields are marked *