Pratidin TV

Odisha's Digital News Platform

ପ୍ରକୃତିର କରାଳ ରୂପ; ମାଟିତଳୁ ମଣିଷ ଖୋଜିବ ଡ୍ରୋନ୍ ରାଡାର୍..

ପାହାଡ଼ ପାଦ ଦେଶରେ ମୃତ୍ୟୁର ତାଣ୍ଡବ। ବିପର୍ଯ୍ୟୟର ବିଭୀଷିକା ଦେଖୁଛି କେରଳ। ୱାୟନାଡ଼ ଭୂସ୍ଖଳନରେ 300 ପାର୍ କରି ସାରିଲାଣି ମୃତ୍ୟୁ ସଂଖ୍ୟା। ଏବେ ବି ପଥର ଓ ମାଟି ତଳେ ଚାଲିଛି ଜୀବନ ଖୋଜା। ଉଦ୍ଧାରକାରୀ ଟିମ୍ ଜି ଜାନ୍ ଲଗାଇ ରେସକ୍ୟୁ ଅପରସେନ୍ ଜାରି ରଖିଛନ୍ତି। ପ୍ରାୟ ୨୦୦ ଅଧିକ  ଲୋକଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି। ତେବେ ମୃତକଙ୍କ ଭିତରେ ୧୯୫ ଜଣଙ୍କର ମୃତଦେହ ମିଳିବା ସହିତ ସେମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ହେଲେ ଆଉ ୧୦୫ ଲୋକଙ୍କ ମୃତଦେହ ମିଳିନଥିବା ବେଳେ ସେମାନଙ୍କ ଶରୀରର କିଛି କିଛି ଅଂଶ ମିଳିଥିବାରୁ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।

ତେବେ ଏହି ଭୂସ୍ଖଳନ ଯୋଗୁଁ ୱାୟନାଡର ୪ଟି ଗାଁ ଚୁରାଲମାଲା, ଅଟାମାଲ, ମୁଣ୍ଡାକାଇ ଓ ନୁଲପୁଝା ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଥିବା ବେଳେ ଏଥିରେ ଦିନ ରାତି ଏକାଠି କରି ଭାରତୀୟ ସେନା, ବାୟୁସେନା ଓ ନୌସେନାର ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଅପରପକ୍ଷରେ ଉଦ୍ଧାର କାର୍ଯ୍ୟର ଆଜି ଚତୁର୍ଥ ଦିନରେ ଡ୍ରୋନ୍ ବେସଡ୍ ସର୍ଚ୍ଚ ଅପରେସନ ଜାରି କରାଯିବ ପାଇଁ ପ୍ରସ୍ତୁତି ଚାଲିଛି । ମାଟିତଳେ ଦବି ରହିଥିବା ମୃତଦେହକୁ ଠାବ କରିବା ପାଇଁ ଦିଲ୍ଲୀରୁ ଡ୍ରୋନ ରାଡାର ନିୟୋଜିତ କରାଯିବ ।

Leave a Reply

Your email address will not be published. Required fields are marked *