Pratidin TV

Odisha's Digital News Platform

ଔଷଧ ପହଞ୍ଚାଇଲା ଡ୍ରୋନ,ଆଉ ଯିବାକୁ ପଡିବ ନାହିଁ ମେଡିସିନ୍ ଷ୍ଟୋର…

1 min read

ରାୟଗଡ଼ା: ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ, ଦୂର ହେବ ଲୋକଙ୍କ ଦୁଃଖ । ଏବେ ଆଉ ଯିବାକୁ ପଡିବ ନାହିଁ ମେଡିସିନ୍ ଷ୍ଟୋର । ଆଉ ଘଣ୍ଟା ଘଣ୍ଟା ଧରି ଲାଗିବନି ମେଡିସିନ୍‌ଷ୍ଟୋର ଆଗରେ ଲମ୍ବା ଲାଇନ୍ । କାରଣ ଏବେ ଡ୍ରୋନ ପହଞ୍ଚାଇବ ମେଡିସିନ୍ । ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ସହିତ ରୋଗୀଙ୍କର ବିଭିନ୍ନ ନମୁନା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନ ଦ୍ୱାରା ସେବା ଆରମ୍ଭ ହୋଇଛି । ଏହି ପାଇଲଟ୍ ପ୍ରଜେକ୍ଟ ରେ ଭାରତର ଚତୁର୍ଥ ଜିଲ୍ଲା ଓ ଓଡ଼ିଶାର ଦ୍ୱିତୀୟ ଜିଲ୍ଲା ରେ ଆରମ୍ଭ ହୋଇଛି । ପୂର୍ବରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ସେହିରି ଅରୁଣାଚଳ ପ୍ରଦେଶ ଓ ମେଘାଳୟରେ ଗୋଟିଏ ଲେଖାଏଁ ଜିଲାରେ ମଧ୍ୟ ଏହି ବ୍ୟବସ୍ଥା କରାଯାଇଛି । ୟୁଏସଏଆଇଡି (USAID) ଏବଂ ରେଡୱିଙ୍ଗ୍ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଆଜିଠାରୁ ଜିଲ୍ଲାର ଦୁଇଟି ଦୁର୍ଗମ ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ମେଡିକାଲକୁ ଔଷଧ ପଠାଇବା ନିମନ୍ତେ ବ୍ୟବହାର କରାଯାଇଛି ।ଏହା ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଞ୍ଚଳ ରେ ଡ୍ରୋନ ସାହାଯ୍ୟରେ ନମୁନା ଓ ରୋଗୀ ମାନଙ୍କ ନିମନ୍ତେ ଅତି ଆବଶ୍ୟକୀୟ ଔଷଧ ପଠାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ଏହି ସ୍ୱସ୍ଥ୍ୟସେବା କାର୍ଯ୍ୟକ୍ରମ ଆଜି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଠାରେ ଶୁଭାରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *