Pratidin TV

Odisha's Digital News Platform

ଆତଙ୍କବାଦୀଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିଦେଲେ ଦ୍ରୌପଦୀ ମୁର୍ମୁ ..

1 min read

ପ୍ରାୟ ୨୪ ବର୍ଷ ପୁରୁଣା ରେଡ ଦୁର୍ଗ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଛଦ୍ମନାମ ଅଶଫାକଙ୍କ ଦୟା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଖାରଜ  କରିଛନ୍ତି। ୨୦୦୦ ଡିସେମ୍ବର ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ଲାଲକିଲ୍ଲା ପରିସରରେ ଥିବା ୭ ରାଜପୁତନା ରାଇଫଲ୍ସ ଉପରେ ଅତର୍କିତ ଆକ୍ରମଣ କରିଥିଲେ।

ଏଥିରେ ସେନାର ୩ ଯବାନଙ୍କ ମୃତ୍ୟୁ ଘଟିଥିଲା। ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଆତଙ୍କବାଦୀ ମହମ୍ମଦ ଆରିଫ୍‌ ଓରଫ୍‌ ଆଶଫାକ୍‌ଙ୍କୁ ଦିଲ୍ଲୀ ପୋଲିସ ଧରିଥିଲା। ସେହି ଆକ୍ରମଣର ମାଷ୍ଟର ମାଇଣ୍ଡ  ଆରିଫ୍‌ଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖାରଜ କରିଦେଇଛନ୍ତି। ୨୦୨୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁର୍ମୁ ଦ୍ୱିତୀୟ ଥର ପାଇଁ ଏପରି ଆବେଦନକୁ ଖାରଜ କରିଛନ୍ତି। ଏହାପୂର୍ବରୁ ୨୦୨୨ ନଭେମ୍ବର ୩ରେ ସୁପ୍ରିମକୋର୍ଟ ଆରିଫ୍‌ଙ୍କୁ ଦେଇଥିବା ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା କରିବାକୁ ମନା କରିଦେଇଥିଲେ ରାଷ୍ଟ୍ରପତି  ।

Advertisement

Leave a Reply

Your email address will not be published. Required fields are marked *