କିଏ ହେବେ ନୂଆ ରାଷ୍ଟ୍ରପତି : ଟକ୍କରରେ ଦ୍ରୌପଦୀ ଓ ଯଶୱନ୍ତ
1 min readଭୁବନେଶ୍ୱର : ଦେଶର ସର୍ବଉଚ୍ଚ ପଦବୀ ପାଇଁ ଲଢେଇ ।ଆଜି ରାଷ୍ଟ୍ରପତି ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ଭୋଟ ।ତେବେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁମ୍ରୁ୍ରଙ୍କୁ ଟକ୍କର ରେ ବିରୋଧୀ ଦଳର ଯଶୱନ୍ତ ସିହ୍ନା । ଆଜି ସନ୍ଧ୍ୟା ୫ଯାଏ ଚାଲିବ ଭୋଟ । ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ଭୋଟ ଦେଇ ସାରିଥିବାବେଳେ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ ଦେଇଛନ୍ତି ।ଏହା ସହ ସମସ୍ତ ସାଂସଦ ଓ ବିଧାୟକ ମଧ୍ୟ ଭୋଟ ଦେବା ଆରମ୍ଭ କରିଦେଲେଣି । ଜୁଲାଇ ୨୧ ଦିନ ଗଣତି ହେବ ଭୋଟ ।ସେହିପରି ୨୫ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।
ସୁଚନାମୁତାବକ ଆଞ୍ଚଳିକ ଦଳ ବିଜେଡି ,ବିଏସପି,ୱାଇଏସଆର କଂଗ୍ରେସ,ଏଆଇଏଡିଏମକେ,ଟିଡିପି,ଜେଡିସି,ସିରୋମଣିଅକାଳୀ ଦଳ,ଶିବସେନା ଓ ଜେଏମ୍ଏମ ଦ୍ରୌପଦୀ ଙ୍କୁ ସମର୍ଥନା ଜଣାଇଛନ୍ତି ।ସେହିପରି ଅରବିନ୍ଦ କେଜରି ୱାଲ ଆପ,ସମାଜବାଦୀ ପାର୍ଟି,ଟିଏମସସି,ଟଡିପି,ଏନସିପି ଯଶୱନ୍ତ ସିହ୍ନାଙ୍କୁ ସମର୍ଥନା ଘୋଷଣା କରିଛନ୍ତି ।
ତେବେ ଦୈପତି ମୁର୍ମୁଙ୍କ ଗାଁ ରାଇରଙ୍ଗପୁରଠାରେ ଜୋର ଧରିଛି ପୂଜା ଅର୍ଚ୍ଚନା ଭଜନ,କିର୍ତ୍ତନ,ହନୁମାନ ଚାଳିଶା ପାଠ ସହ ହଜାର ହଜାର ଲୋକ ଆସି ସାମିଲ ହୋଇଛନ୍ତି ସେଠାରେ ଦୈପତିଙ୍କ ସମର୍ଥନା ପାଇଁ । ମୁର୍ମଙ୍କୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦେଖିବାର ସୋପ୍ନ ନେଇ ଗାଁ ବାସି ବେସ ଉଲ୍ଲସିତ ଥିବା ଜଣାପଡିଛି ।