Pratidin TV

Odisha's Digital News Platform

ନିଶାସକ୍ତ ଅବସ୍ଥାରେ ଡାକ୍ତର, ରୋଗୀର ଚିକତ୍ସାରେ କଲେ ଅବହେଳା, ଡାକ୍ତରଖାନରେ ଉତ୍ତେଜନା।

ବଲାଙ୍ଗୀରି ସହର କନ୍ଧପଲ୍ଲୀପଡାର ନିକୁ ବାରିକ ଅସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇଯାଇଥିଲେ । ଡାକ୍ତରଖାନାରେ ନିକୁଙ୍କ ଚିକିତ୍ସା ଅବହେଳା କରିଥିଲେ । ଚିକତ୍ସା ଅବହେଳା ଯୋଗୁଁ ପରିବାର ଲୋକ ଅଭିଯୋଗ କରି ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଥିଲେ ।

ସୂଚନା ମୁତାବକ ନିକୁର ଦେହ ଅସୁସ୍ଥ ଲାଗିବା ପରେ ତାଙ୍କ ଘରେ ତାଙ୍କୁ ବଲାଙ୍ଗିରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ଚିକତ୍ସାରେ ଡାକ୍ତର ଅବହେଳା କରିଥିଲେ | ପରେ ତାଙ୍କର ବେହି କାରଣରୁ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ପୋଲିସ୍ରେ ଅଭିଯୋଗ କରିବା ପରେ ହସ୍ପିଟାଲ୍ ରେ ବହୁତ ଉତ୍ତେଜନା ହୋଇଥିଲା । ଅଭିଯୋଗ ଏହା ଥିଲା କି ଡାକ୍ତର ଡ୍ୟୁଟି ସମୟରେ ମଦ ପିଇ ଚିକତ୍ସା କରୁଥିଲେ । ପରିବାର ଲୋକେ ନିସ୍ତୁକ ମାଡ ମରୁଥିବା ସମୟରେ ହସ୍ପିଟାଲର ସିକ୍ୟୁରିଟି ମାନେ ବହୁ କଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ଏପର୍ଯ୍ୟନ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ ।

ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା ନିକୁ ବାରିକ । ପରିବାର ଲୋକେ ନିଜ ପୁଅର ମୃତ୍ୟୁ ଖବରରେ ଭାଙ୍ଗିପଡିଛନ୍ତି ।ପରିବାର ଲୋକଙ୍କର ଅଭିଯୋଗ ଅନୁଯାୟୀ ୩ ଘଣ୍ଟା ଧରି ଚିକତ୍ସା ନ ହେବ କାରଣରୁ ମୃତ୍ୟ ଘଟିଥିଲା । ପରିବାର ଲୋକଙ୍କର ଅଭିଯୋଗ ଥିଲା ଡାକ୍ତର ନିଶାସକ୍ତ ଅବସ୍ଥାରେ ଥିଲେ । ଡାକ୍ତର ମଦ ପିଇ ରକ୍ତ ଦେବାରେ ବିଳମ୍ବ କରିଥିଲେ । ଫଳରେ ନିକୁ ବାରିକଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଯାଇଥିଲା । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ନିସ୍ତୁକ ମାଡ ମାରିଥିଲେ ପରିବାର ଲୋକ। ପରେ ଡାକ୍ତରଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *