ମଦୁଆ ଡ୍ରାଇଭରଙ୍କୁ ବାଟରେ ଜଗିଛି ପୋଲିସ…..
1 min readଖୋର୍ଦ୍ଧା ; ୧୬ ନମ୍ବର ଜାତୀୟ ରାଜପଥ ରେ ଯାତ୍ରୀ ମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଟାଙ୍ଗୀ ଥାନା ପୋଲିସ ଆରମ୍ଭ କରିଛି ଅଭିନବ ଉପାୟ । ଟାଙ୍ଗୀ ବାଇପାସ ରେ ବ୍ଲକିଙ୍ଗ କୁ ଜୋରଦାର କରିଛି ପୋଲିସ । ଦୂର ଦୁରାନ୍ତକୁ ଯାଉଥିବା ଦ୍ରୁତ ଗାମୀ କାର ସହ ବାଇକ କୁ ଅଟକାଇ ଚେକିଙ୍ଗ ଆରମ୍ଭ ଚାଲିଛି ।
ଗତକାଲି ରାତିରେ ଟାଙ୍ଗୀ ଥାନା ଆଇ ଆଇ ସି ସୁଶାନ୍ତ ବେହେରା ଙ୍କ ସହ ପୋଲିସ ଟିମ ଓ ଖୋର୍ଦ୍ଧା ପରିବହନ ବିଭାଗର ଅଧିକାରୀ ମାନେ ଗାଡି ମୋଟରକୁ ଅଟକାଇ ମିଳିତ ଭାବେ ଚେକିଙ୍ଗ କରିଛନ୍ତି । ଦୁଇ ଜଣ ମଦ ପିଇ ଗାଡି ଚଲାଉଥିବାରୁ ବାଇକ ଆରୋହୀ ଦ୍ୱୟଙ୍କୁ ଅଟକ ରଖିଛି ପୋଲିସ । ଏହା ସହ ଦୁଇ ଜଣ ବାଇକ ଆରୋହୀ ଙ୍କୁ ହେଲମେଟ ନଥିବା କାରଣରୁ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ ମଧ୍ୟ କରାଯାଇଛି ।
ହେଲମେଟ ସହ ଗାଡି ର କାଗଜ ପତ୍ର ନଥିବାରୁ ୮୯ ହଜାର ଜରିମାନା ଆଦାୟ କରିଛି ପୋଲିସ । ଟାଙ୍ଗୀ ପୋଲିସ ର ଏଭଳି ଅତର୍କିତ ଚଢ଼ାଉ ଫଳରେ ରୋଡ଼ ରୋମିଓ ଙ୍କ ମଧ୍ୟରେ ପଶିଛି ଛନକା । ଆଗକୁ ଜୋରଦାର ଚଢ଼ାଉ କରିବ ବୋଲି କହିଛି ଟାଙ୍ଗୀ ପୋଲିସ ।