Pratidin TV

Odisha's Digital News Platform

ମଦ୍ୟପ ଦିଅର ଆକ୍ରମଣରେ ଭାଉଜ ଗୁରୁତର ; ଅଭିଯୁକ୍ତ ଦିଅର କୁ ଗିରଫ ଦାବିରେ ଏସ. ପିଙ୍କୁ ଦାବିପତ୍ର ପ୍ରଦାନ

1 min read

ଜଗତସିଂହପୁର : ଘରୋଇ କଳିକୁ କେନ୍ଦ୍ର କରି ମଦ୍ୟପ ସାନ ଦିଅର ବଡ଼ ଭାଉଜକୁ ଅତି ନିର୍ମମ ଭାବେ ଜିଆଇ ପାଇପ ଦ୍ଵାରା ଆକ୍ରମଣ କରିବାରୁ ଭାଉଜ ର ଗୋଡ଼ ଭାଙ୍ଗି ଚୁରମାର ହୋଇଯାଇଛି । ଯାହା ଦ୍ଵାରା ଭାଉଜ କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି । ଏଭଳି ଏକ ଅଭାନୀୟ ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏନେଇ ମହିଳାଙ୍କ ସ୍ୱାମୀ ଓ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ତେବେ ଆଜି ପୁଣି ଅଭିଯୁକ୍ତ ଦିଅରକୁ ଗିରଫ କରିବାକୁ ସ୍ୱାମୀ ଏବଂ ଶଶୁର ଜଗତସିଂହପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକକୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖବର ନେବାରେ ଜଣାଯାଇଛି କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳର ବଡବୁଦା ଗ୍ରାମର ଲଛମନ ସେଠୀଙ୍କ ପରିବାରରେ ଅଗଷ୍ଟ ଦଶ ତାରିଖ ସଂନ୍ଧ୍ୟାରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା । କିଛି ସମୟ ପରେ ସାନ ପୁଅ ଗୋପବନ୍ଧୁ ସେଠୀ ପ୍ରଚୁର ମଦ୍ୟପାନ କରି ବଡ଼ ଭାଉଜ ସୁନେଇ ବେହେରାଙ୍କୁ ଜିଆଇ ପାଇପ ସହାୟତାରେ ମରଣାତ୍ମକ ଆକ୍ରମଣ କରି ଗୋଡ଼ ହାତକୁ ନିର୍ମମ ଭାବେ ଶକ୍ତ ପ୍ରହାର କରିବା ଦ୍ଵାରା ଭାଉଜ ସୁନେଇ ଘଟଣା ସ୍ଥଳରେ ପଡି ଛଟ ପଟ ହେଉଥିବା ଦେଖି ସୁନେଇର ସ୍ୱାମୀ ବାସୁଦେବ ସାନ ଭାଇ ଗୋପବନ୍ଧୁ ଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇ ଭାଇ ମଧ୍ୟ୍ୟ ରେ ମାଡ଼ ପିଟ ହୋଇଥିଲା ।

Advertisement

ଶେଷରେ ଗ୍ରାମବାସୀ ୧୧୨ କୁ ଫୋନ କରିବାରୁ ସାନ ଭାଇ ଗୋପବନ୍ଧୁ ଘଟଣା ସ୍ଥଳରୁ କେଉଁ ଆଡ଼େ ଖସି ପଳାଇ ଥିଲା । ତାହା ପରେ ଘଟଣା ସମ୍ପର୍କରେ ବଡ଼ଭାଇ ବାସୁଦେବ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ କୁଜଙ୍ଗ ପୋଲିସ ଅଭିଯୋଗ ପାଇଁ ନିରବଦ୍ରଷ୍ଟା ସାଜିଥିବାରୁ ସୁନେଇ ବେହେରା ଙ୍କ ସ୍ୱାମୀ ବାସୁଦେବ ସେଠୀ ଏବଂ ବାପା ହୃଦାନନ୍ଦ ଅଭିଯୁକ୍ତ ସାନ ଦିଅର ଗୋପବନ୍ଧୁ ଙ୍କୁ ଗିରଫ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ. ପି ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *