ସ୍କୁଲରେ ମଦୁଆ ଶିକ୍ଷକଙ୍କ ତାଣ୍ଡବ ଲୀଳା ।
1 min readଯାଜପୁର ; ମୋତେ ସ୍କୁଲ ବିଓ କହିଛନ୍ତି ସ୍କୁଲରେ ଡେରିରେ ଯିବା ପାଇଁ , ମୋତେ ବିଓ କହିଛନ୍ତି ମଦ ପିଇକି ସ୍କୁଲ କୁ ଆସିବା ପାଇଁ,ମୋତେ ବିଓ କହିଛନ୍ତି ସ୍କୁଲ ଛୁଆକୁ ମାତ୍ର ଘଣ୍ଟାଟେ ପାଠ ପଢ଼େଇ ବା ପାଇଁ, ହଁ ଏକଥା ଆମେ କହୁନୁ ଜଣେ ଶିକ୍ଷକ ତାଙ୍କ ମୁହଁରେ କହୁଛିନ୍ତ,ଦାନଗଦି ବ୍ଲକ ଅନ୍ତର ଗତ ବଜ୍ରପଲି ଗ୍ରାମର ବଜ୍ରପଲି ଉ. ପ୍ରା ପ୍ରାଇମେରୀ ବିଦ୍ୟାଳୟ ରେ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ କାଳନ୍ଦୀ ଚରଣ ଦେହୁରୀ ପ୍ରତ୍ୟକ ଦିନ ବିଦ୍ୟାଳୟ କୁ ମନଇଚ୍ଛା ଆସନ୍ତି ପୁଣି ତଣ୍ଟି ପଯ୍ୟନ୍ତ ପିଇକି ଆସନ୍ତି ପିଲାମାନଙ୍କୁ ଟିକେ ସମୟ ପଢ଼େଇ ଦେଇ ଅନ୍ତର ଧ୍ୟାନ ହୋଇଯାନ୍ତି । ଆଉ ସାରଙ୍କର ଆଉ ଗୋଟେ ଭଲ ଗୁଣ ଅଛି ପିଲାମାନଙ୍କ ପାଇଁ ଆସୁଥିବା ଜିନିଷ ଚୋରି କରିକି ନିଅନ୍ତି ।
ମଦ ପିଇବା ଚୋରି କରିବା ଅଭିଯୋଗ ରେ ସାରଙ୍କୁ ୩ ମାସ ପାଇଁ ସସ୍ପେଣ୍ଡେ କରିଥିଲେ । ଗତ କାଲି ପୁଣି ବିଦ୍ୟାଳୟ ରେ ଡେରିରେ ପହଞ୍ଚି ପ୍ରଧାନ ଶିକ୍ଷକ ତାଙ୍କୁ ପଚାରି ବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ପଛେଇଲେନି । ଏତେ ଜୋରରେ ପାଟି କରୁଥିଲେ ଯେ ଆଖ ପାଖ ଥିବା ଗ୍ରାମବାସି ମାନେ ଦୌଡ଼ିକି ବିଦ୍ୟାଳୟକୁ ଆସିଥିଲେ । ଗ୍ରାମବାସି ମାନେ ପାଟି କରିବାରୁ ମଦୁଆ ଶିକ୍ଷକ ଚୁପ ହୋଇଯାଇଥିଲେ ।
ଯେଉଁଠି ବିଦ୍ୟାଳୟକୁ ମନ୍ଦିର ଆସନରେ ବସେଇଥାନ୍ତି ପାଠ ପଢ଼ୁଥିବା ଗୁରୁ ମାନଙ୍କୁ ଭଗବାନ ସାଙ୍ଗରେ ତୁଳନା କରାଯାଇଛି ସେହି ଗୁରୁ ଯଦି ନିଶା ଦ୍ରବ୍ୟ ସେବନ କରି ବିଦ୍ୟାଳୟ କୁ ଆସେ ସେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ କଣ ଶିଖିବେ । ପିଲାଙ୍କ ଭବିଷ୍ୟତ କଣ ? ତାଙ୍କ ଖରାପ ବ୍ୟବହାର ଦେଖି ପାଠ ପଢ଼ୁଥିବା ମହିଳା ଶିକ୍ଷକ ମଧ୍ୟ୍ୟ ଇଚ୍ଛା କରୁନାହାନ୍ତି ବିଦ୍ୟାଳୟ କୁ ଆସିବା ପାଇଁ । ଗ୍ରାମ ବାସି କହିସାରିଲେଣି ଯଦି ଏହିଭଳି ଶିକ୍ଷକ ଏ ଅନୁଷ୍ଠାନ ରେ ଏହି ଭଳି ମଦୁଆ ଶିକ୍ଷକ ରହିବେ ଆମ ଛୁଆ ମାନଙ୍କୁ ଆଉ ବିଦ୍ୟାଳୟ କୁ ଛାଡ଼ିବୁ ନାହିଁ ।