Pratidin TV

Odisha's Digital News Platform

ସାବାଡ ହେବେ ମଦୁଆ ; ଏଣିକି ମଦ ପିଇ ଗାଡି ଚଳାଇଲେ ସିଧା ଯିବେ ଜେଲ୍ , ଆଜିଠୁ ସାରା ରାଜ୍ୟରେ..

1 min read

ଭୁବନେଶ୍ୱର : ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନରଙ୍କ ବଡ ସୂଚନା ଏଣିକି ମଦ ପିଇ ଗାଡି ଚଳାଉଥିଲେ ଆଉ ମିଳିବନି ତ୍ରାହି ସିଧା ଯିବେ ଜେଲ୍ ।

ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି କିନ୍ତୁ ତାହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇପାରୁନାହିଁ । ଯାହା ଦ୍ୱାରା ଅନେକ ସମୟରେ ମଦୁଆଙ୍କ ଯୋଗୁଁ ରାଜରାସ୍ତାରେ ବଡ ବଡ ଦୁର୍ଘଟଣା ଘଟିବା ସହ ଅନେକ ନିରୀହଙ୍କ ଅକାଳରେ ଜୀବନ ଯାଉଛି ।

Advertisement

ଏନେଇ ଏପ୍ରିଲ ପ୍ରଥମ ସପ୍ତାହରୁ ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ସାରା ରାଜ୍ୟରେ ଅପରାହ୍ନ ୩ ଟାରୁ ରାତି ୧୨ ଟା ଯାଏଁ ଚେକିଂ କଡାକଡି କରାଯିବ। ଧରାପଡ଼ିଲେ କେବଳ ଜରିମାନା ଆଦାୟ କରାଯିବ ନାହିଁ ବରଂ ଆଇନ୍ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ ମୋହନ ସେଠୀ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *