Pratidin TV

Odisha's Digital News Platform

(ଭିଡିଓ)ବିଦ୍ୟାଳୟକୁ ଅପବିତ୍ର କଲେ ପ୍ରଧାନ ଶିକ୍ଷକ , ଶ୍ରେଣୀଗୃହରେ ବସି ପିଉଥିଲେ ମଦ …

ବୌଦ୍ଧ : ସରକାରୀ ସ୍କୁଲରେ ପିଲାଙ୍କୁ ଶିକ୍ଷାଦାନ ଦେବା ବଦଳରେ ଏକ କୋଠରୀରେ କବାଟ ବନ୍ଦକରି ଜଣେ ଶିକ୍ଷକ ଏବଂ ଅନ୍ୟଜଣେ ବନ୍ଧୁଙ୍କ ସହମିଶି ମଦ୍ୟପାନ କରୁଥିବା ମୁହୂର୍ତ୍ତର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ମୋବାଇଲରେ ଭିଡିଓ ଚିତ୍ର ଉତ୍ତୋଳନ କରୁଥିବା ବ୍ୟକ୍ତି ଓ କୋଠରୀରେ ବସିଥିବା ଜୈନିକ ଶିକ୍ଷକଙ୍କ ବାର୍ତ୍ତାଳାପରୁ ଏହା ବୌଦ୍ଧ ଜିଲ୍ଲା ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ ଜାବର ସ୍କୁଲର ବୋଲି ଅନୁମାନ କରାଯାଉଛି। ଭିଡିଓ ଉତ୍ତୋଳନକାରୀ ବ୍ୟକ୍ତି ଜଣକ ମୋବାଇଲ ଧରି କୋଠରୀ ଭିତରକୁ ପ୍ରବେଶ କରିବା ଦେଖି ଜଣେ ଶିକ୍ଷକ ହଡବଡେଇ ଯାଇ ଟିକେ ମାଂସ ଖାଉଥିଲୁ ବୋଲି କହୁଛନ୍ତି।ଏବେ ଅପରାହ୍ନ ୨ଟା ବାଜିଲାଣି ଏତେବେଳଯାଏ କାହିଁକି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇନାହିଁ ବୋଲି ପ୍ରଶ୍ନ କରିବାରୁ ସେ ଭୟଭିତ ହୋଇ ଭିଡିଓ ଚିତ୍ର ଉତ୍ତୋଳନ ବନ୍ଦ କରିବାକୁ କାକୁତି ମିନତୀ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଭିଡିଓ ଭାଇରଲ ହୋଇ ଏବେ ସାମାଜିକ ଗଣମାଧ୍ୟମରେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି । ଡ୍ୟୁଟି ଆୱାରରେ ପିଲାଙ୍କୁ ପାଠ ପଢ଼ାଇବା ଓ ମଧ୍ୟାହ୍ନ ଭୋଜନ ଦେବା ଛାଡି ଓଲଟି ୨ଜଣ ଶିକ୍ଷକ ସ୍କୁଲ ଗୃହରେ ମଦ ମାଂସ ଖାଉଥିବା ଘଟଣାକୁ ସାମାଜିକ ଗଣମାଧ୍ୟମରେ ଲୋକେ ନାପସନ୍ଦ କରି କଟୁ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳିଛି।ଅନ୍ୟପଟେ ବିଭାଗୀୟ କତ୍ତୃପକ୍ଷ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

ଖବର ଅନୁଯାୟୀ ଗତ ଶୁକ୍ରବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡ଼ା ପଞ୍ଚାୟତ ଅନ୍ତର୍ଗତ ଜାବର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ ସ୍କୁଲର ଶ୍ରେଣୀ ଗୃହ ଭିତରେ ନିଜ ସହକର୍ମୀଙ୍କ ସହିତ ମଦ୍ୟପାନ କରୁଥିବା ଖବର ମିଳିଥିଲା। ଏହାପରେ କେହି ଜଣେ ଗୁପ୍ତ ଭାବେ ସୁନୀଲ କୁମାରଙ୍କ ଏପରି କାରନାମାର ଭିଡିଓ ଶୁଟିଂ କରି ଦେଇଥିଲା। ଏହା ଭାଇରାଲ ହେବା ପରେ ସମସ୍ତେ ଘଟଣା ବିଷୟରେ ଜାଣିବାକୁ ପାଇଛନ୍ତି।

ସ୍କୁଲର ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଦେବା ବଦଳରେ ପ୍ରଧାନ ଶିକ୍ଷକ ସୁନୀଲ ମାଲ୍ ପିଇଥିଲେ। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଅପେକ୍ଷା କରିଥିବା ବେଳେ ସୁନୀଲ କିନ୍ତୁ ମଦ ପିଇବାରେ ବ୍ୟସ୍ତ ଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *