ବୃଦ୍ଧ ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ….
1 min readଢେଙ୍କାନାଳ : ମଦ୍ୟପ ପୁଅ ଭୁଲିଗଲା ମାନବିକତା।ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା।କିଡନି ରୋଗ ଓ ହାର୍ନିଆ ଅପରେଶନ ହୋଇଥିବା ବୃଦ୍ଧ ବାପାକୁ ମାଡ ମାରି ଘରୁ ତଡି ଦେଇଛି ପୁଅ । ଆଉ ମଦ ନିଶାରେ ହାର୍ନିଆ ଅପରେସନ୍ ହୋଇଥିବା ବାପାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଥିବା ଅଭିଯୋଗ ହୋଇଛି। ଏବେ ଅସହାୟ ବାପା-ମାଆ ବୃଦ୍ଧାଶ୍ରମରେ ରହୁଛନ୍ତି। ଏପରି ଏକ ଅଭାବନିୟ ଘଟଣା ଢେଙ୍କାନାଳ ଜିଲ୍ଲାର ବେଢାପାଳ ଗ୍ରାମରୁ ଆସିଛି। ଏନେଇ ବୃଦ୍ଧ ବାପା-ମାଆ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତି।
ଖବର ଅନୁଯାୟୀ କାମାକ୍ଷାନଗର ଥାନା ବେଢାପାଳ ଗାଁର ରାହାସ ବେହେରା। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ରାହାସ ବେହେରାଙ୍କ ପରିବାର କହିଲେ ପତ୍ନୀ କାମିନୀ, ବଡ଼ପୁଅ ବିଶ୍ୱଜିତ ଓ ସାନପୁଅ ରଞ୍ଜିତ। ଅଭାବ ଅନଟନ ଭିତର ବହୁ କଷ୍ଟରେ ଦୁଇ ପିଲାଙ୍କୁ ବଡ଼ କରିଥିଲେ। ସାନପୁଅ ସର୍ବଦା ମଦ ପିଇ ଘରେ ଝଗଡା କରୁଥିଲେ। ଯେଉଁଥିପାଇଁ ଘରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା।ସର୍ବଦା ନିଶାରେ ରହିବା ସହ ଜମିବାଡି ଭାଗବଣ୍ଟା କରିଦେବା ପାଇଁ ଜିଦ ଧରୁଥିଲା। ଏଥିରେ ରାହାସ ରାଜି ନହେବାରୁ ମଦ୍ୟ ପାନ କରି ମାରପିଟ କରିବା ଆରମ୍ଭ କରିଥିଲା ରଞ୍ଜିତ।
ପ୍ରତ୍ୟେକ ଦିନ ଘରେ ଅଶାନ୍ତ ଲାଗି ରହିବାରୁ ବଡପୂଅ ଘରଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥିଲେ।ତେବେ କିଛି ଦିନ ପରେ ବାପା ମାଆ ଘର ଛାଡି ଭଡାରେ ରହୁଥିବା ବଡପୁଅ ପାଖକୁ ନିର୍ୟାତନା ଅସହ୍ୟ ହେବାରୁ ରାହାସଙ୍କ ବଡ଼ପୁଅ ବିଶ୍ୱଜିତ ଓ ତାଙ୍କ ପରିବାର ଲୋକେ ଘର ଛାଡ଼ି ପଳାଇ ଯାଇଥିଲେ। ଗାଁଠାରୁ କିଛି ଦୂରରେ ଘର ଭଡ଼ା ନେଇ ରହୁଥିଲେ।ସେଠାରେ ମଧ୍ୟ ଯାଇ ମାଡପିଟ କରିଥିଲା ସାନପୂଅ।ବାଧ୍ୟ ହୋଇ ଏବେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ଦମ୍ପତି।ତେବେ ଏନେଇ ପୋଲିସ ପ୍ରତିକ୍ରିୟା ହୋଇପାରି ନାହିଁ।