Pratidin TV

Odisha's Digital News Platform

ଦୁଆରଶୁଣି ଘାଟିରେ ହୋଇଥିବା ଦୁର୍ଘଟଣାରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇଲେ ଓଡ଼ିଶା ଯାତ୍ରା ଜଗତ

ଯାଜପୁର ଜିଲ୍ଲା ଜାରକା ଠାରେ ହୋଇଥିବା ଦୁର୍ଘଟଣାରେ ମୃତକ ପରିବାରଙ୍କୁ ଓଡିଶା ଯାତ୍ରା ଟେକନିସିଆନ ଓ କଳାକାର ସଂଘ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସୂଚନା ଅନୁସାରେ, ଗତ ମାସ ଜାନୁଆରୀ ୨୪ ତାରିଖ ଦିନ ବାଙ୍ଗିରିପୋଷି ନିକଟ ଦୁଆରଶୁଣି ଘାଟି ରେ ସଡକ ଦୁର୍ଘଟଣାରେ ଧଉଳି ଗଣନାଟ୍ୟ ର ୬ ଜଣ ମୃତକ ଓ ଜଣେ ଆହତଙ୍କ ପରିବାରକୁ ୧ ଲକ୍ଷ ୯୧ ହଜାର ଟଙ୍କା ସହାୟତା ପାଇଁ ଯୋଗାଇ ଦିଆଯାଇଥିଲା । ସୁଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସହାୟତା ଶିବିରରେ ମୃତକ ମାନଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ସହାୟତା ରାଶି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *