ବରମାଳା ସମୟରେ ରୀତିନୀତିରେ ହେଲା ବିଳମ୍ବ….ଅଧାରେ ରହିଗଲା ସାତଜନ୍ମର ସାତବଚନ
1 min readବିବାହ ରୀତିନୀତି ହୋଇଗଲା ବିଳମ୍ବ | ଚାପୁଡ଼ା ମରାମାରି ହୋଇଗଲେ ବର କନ୍ୟା | ଅଧାରେ ରହିଗଲା ସାତ ଜନ୍ମର ସାତ ଵଚନ | ତେବେ ବିବାହ ବେଦିରେ ଦେଖିବାକୁ ମିଳିଥିଲା ଝଗଡା ସହ ଚାପୁଡ଼ା ମରାମରି | ଏହି ଘଟଣା ପରେ ଅଧାରେ ରହିଯାଇଥିଲା ବିବାହ | ବିନା କନ୍ୟାରେ ଫେରିଗଲା ବର | ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ୟୁପିର ମେରାଟରେ |
ତେବେ ସୂଚନା ଅନୁସାରେ, ମେରାଟର ଦୌରାଲ ପୋଲିସ ଷ୍ଟେସନ ଅଞ୍ଚଳରେ ସୋମବାର ଦିନ ଦମ୍ପତିଙ୍କ ବିବାହ ହେବାର ଥିଲା କିନ୍ତୁ ବିବାହ ରୀତିନୀତି ସମୟରେ ସାମାନ୍ୟ ହୋଇଗଲା ଡେରି | ତାପରେ ବେଡି ଉପରେ ଦେଖିବାକୁ ମିଳିଥିଲା ମହାଭାରତ | ହୋଇଯାଇଥିଲା ଝଗଡା ଆରମ୍ଭ | ପ୍ରଥମେ କନ୍ୟା ମାରିଥିଲା ବରକୁ ଚାପୁଡ଼ା |ବରମଧ୍ୟ ପରେ କନ୍ୟାକୁ ମାରିଥିଲା ଚାପୁଡ଼ା | ମାମଲା ଏତେ ଖରାପ ହୋଇଯାଇଥିଲା ଯେ ଦୁହେଁ ବିବାହ କରିବାକୁ କରିଦେଇଥିଲେ ମନା | ପରେ ବିବାହ ବିଦାଇରେ କନ୍ୟା ବିନା ଫେରିଲା ବର |
ତେବେ ଦୁହେଁ ବର-କନ୍ୟା ଦିଲ୍ଲୀର ଗୋଟିଏ ଘରୋଇ କମ୍ପାନୀରେ କାମ କରନ୍ତି | ଦୁହେଁ ପରସ୍ପରକୁ ଭଲ ପାଉଥିଲେ | ଏହାପରେ ଘର ଲୋକଙ୍କ ସସହାମତିରେ ବିବାହ ପାଇଁ ହୋଇଥିଲା ନିଷ୍ପତି | ବିବାହ ରୀତିନୀତିରେ କିଛି ବିଳମ୍ବ ହୋଇଥିଲା | ଯାହା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯଦିଓ ସେହି ସମୟରେ ମଧ୍ୟସ୍ଥତା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇଥିଲା, କିନ୍ତୁ ବରମାଳା ସମୟରେ ରୀତିନୀତିରେ ବିଳମ୍ବ ହେତୁ ବର ଓ କନ୍ୟା କ୍ରୋଧ ଚରମ ସୀମାରେ ଥିଲା। ତାପରେ ମହାଭାରତ ଆରମ୍ଭ ହୋଇ ବିବାହ ଅଧାରେ ଅଟକିଯାଇ ଶେଷ ହୋଇଯାଇଥିଲା |