Pratidin TV

Odisha's Digital News Platform

ବର୍ଷା ଅଭାବରୁ ବିଲରେ ପାଣି ନାହିଁ,ମୁଣ୍ଡରେ ହାତଦେଲେଣି ଚାଷୀ…

ବିଲରେ ନାହିଁ ପାଣି । ଜମି ଫାଟି ଆଁ କଲାଣି । ଧାନ ଥୋଡ଼ ଧରିଛି । ମାତ୍ର କିଛି ସପ୍ତାହରେ ଚାଷୀଟିଏ ଅମଳ କରିବ ବର୍ଷ ଯାକର ଆହାର । କିନ୍ତୁ ବର୍ଷା ଅଭାବରୁ ବିଲରେ ପାଣି ନାହିଁ । ଚିନ୍ତାରେ ପଡିଛନ୍ତି ଚାଷୀ । ମାଣେ କି ଦୁଇ ମାଣ ନୁହେଁ, ପାଖାପାଖି ହଜାରେ ଏକର ଚାଷ ଜମି ଏବେ ମରୁଡି ମୁଁହା । ବର୍ଷା ଅଭାବରୁ ଧାନ ଜମି ଟାଙ୍ଗରା ଭୂଇଁ ପାଲଟିଲାଣି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଟଣୀ ବ୍ଲକ ବେଣାପଞ୍ଜରୀ ଗାଁର । ଏଠାରେ ଅଧାରୁ ଅଧିକ ଲୋକ ଏଠି ଭାଗ ଚାଷ କାର୍ଯ୍ୟ କରିଥାନ୍ତି । ଗୋଟିଏ ଗହୀରେ ହଜାରେ ଏକରରୁ ଅଧିକ ଜମି ଧାନ ଚାଷ ହୋଇଛି । କିଏ କାନଫୁଲ ବନ୍ଧା ପକାଇ ଦେଇଛି, ତ ଆଉ କିଏ ନିଜ ଘର ଜମି ପଟା ବନ୍ଧା ପକାଇ ଚାଷ କରିବାକୁ କରଜ ଆଣିଛି । ହେଲେ ବର୍ଷା ଅଭାବରୁ ଏଠାରେ ଧାନ ଅମଳ ପୂର୍ବରୁ ହିଁ ଗଛ ମରିଯିବାର ଆଶଙ୍କା ଦେଖା ଦେଇଛି । ଚାଷୀ ମାନଙ୍କ କହିବା ଅନୁସାରେ ଏଠାରେ ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ନିକଟରେ ଥିବା ଆରୁହା ବନ୍ଧରେ ଯଦି ପ୍ରଶାସନ ପକ୍ଷରୁ ପାଣି ମୋଟର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ସବୁ ଧାନ ଜମିକୁ ପାଣି ଆସି ପାରନ୍ତା । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏଠାରେ ଜଳସେଚନର ସୁବିଧା କରୁଛନ୍ତି ।

Leave a Reply

Your email address will not be published. Required fields are marked *