Pratidin TV

Odisha's Digital News Platform

ଅଦିନିଆ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ହେଲା ସ୍କୁଲ ଛୁଟି, ଘୋଷଣା କଲେ ଜିଲ୍ଲାପାଳ..

ଶୀତ ଦିନରେ ୩ଦିନ ହେଲା ଜାରି ରହିଛି ବର୍ଷା । ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ଲାଗି ରହିଛି ଅଦିନିିଆ ବର୍ଷା । ଏହାକୁ ନଜରରେ ରଖି ସୁନ୍ଦରଗଡ ଜିଲ୍ଲାପାଳ ଡ ପରାଗ ହର୍ଷଦ ଗାଭାଲି ଆଜି ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ନର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୂଚୀତ କରି ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ । ସୋମବାରଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଥିଲା ମେଘୁଆ ପାଗ । ଆଉ ରାତିରେ କାଚିଥିଲା ଅଦିନିଆ ବର୍ଷା । ମଙ୍ଗଳବାର ଓ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝିପିଝିପି ବର୍ଷି ହେଉଥିଲା । ଜିଲ୍ଲା ଜରୁରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ହେମଗିର ବ୍ଲକରେ ୨ ମିଲିମିଟର ବର୍ଷା ହୋଇଛି । ଲେଫ୍ରିପଡ଼ାରେ ୫.୧୦ ମିମି, ଟାଙ୍ଗରପାଲିରେ ୪ ମିମି, ସୁନ୍ଦରଗଡ଼ ସଦରରେ ୩.୮୦ ମିମି, ସବଡେଗାରେ ୪.୮୦ ମିମି, ବାଲିଶଙ୍କରାରେ ୨.୪୦ ମିମି, ବଡ଼ଗାଁରେ ୩.୪୦ ମିମି, କୁତ୍ରାରେ ୩.୬୦ ମିମି ବର୍ଷା ରେକର୍ଡ କରାଯାଇଛି । ଆଉ ଏହି ଲଗାଣ ବର୍ଷାରେ ସ୍କୁଲ ପିଲାଙ୍କୁ ମିଳିଛି ଦିନିକ ପାଇଁ ଛୁଟି ।

Leave a Reply

Your email address will not be published. Required fields are marked *