Pratidin TV

Odisha's Digital News Platform

ପୁଣି ରାସ୍ତା ପାଇଁ ରୋଗୀଙ୍କ ହନ୍ତସନ୍ତ, ଆସିଲାନି ଆମ୍ବୁଲାନ୍ସ ,ଖଟିଆରେ ବୁହା ହେଲେ ରୋଗୀ

ଦେବଗଡ : ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଆଦିରେ ଉନ୍ନତି ଆଣୁଥିବା ବେଳେ ଏବେ ବି ଅନେକ ଗାଁ ରହିଛି ଯେଉଁ ପହଞ୍ଚି ପାରୁନି ସରକାରୀ ସହାୟତା । ଆଉ ଯାହା ଫଳରେ ଅନେକ ଗ୍ରାମବାସୀ ଏହାର କଷ୍ଟ ସହୁଛନ୍ତି । ପୁଣି ଦେଖିବାକୁ ମିଳିଲା ରୋଗୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ବରଡାତଇଲା ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,ଗତ କାଲି ସନ୍ଧ୍ୟାରେ ବରଡାତଇଲା ଗ୍ରାମର ୨୯ବର୍ଷ ବୟସ୍କା ସମ୍ବାରୀ ହାସା କୌଣସି କାରଣରୁ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ ।

ଏନେଇ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକେ । ଡାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ପରିବାରଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିଥିବା ବେଳେ ଗାଁ ଭିତରକୁ ପଶି ପାରିଲା ନାହିଁ । ଗାଁକୁ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ବୁହାହୋଇ ଆମ୍ବଲାନ୍ସ ପାଖକୁ ଅଣାଯାଇଥିଲା । ୧୦୮ ଆମ୍ବୁଲାନ୍ସର କର୍ମଚାରୀ ଦୁଷ୍ମନ୍ତ ସାହୁ, ଉତ୍ତମ ସାହୁ, ପ୍ରଶାନ୍ତ ପ୍ରଧାନ ଓ ଗ୍ରାମବାସୀଙ୍କ ସହଯୋଗରେ ରୋଗୀଙ୍କୁ ଖଟିଆରେ ବୋହି ୩ କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାଙ୍କୁ ଚିକିତ୍ସା ପାଇଁ ନେଇଥିବା ଜଣାପଡ଼ିଛି । ଘଟଣା ବାବଦରେ ବର୍ତମାନ ସୁଦ୍ଧା ରିଆମାଳ ବିଡିଓଙ୍କ ଠାରୁ କୈଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *