ପୁଣି ଥରେ ରପ୍ତାନି ରୋକିଲା ଇଣ୍ଡୋନେସିଆ: ଓଡ଼ିଶାରେ ମହଙ୍ଗା ହେବ ପାମ୍ ଅଏଲ୍
1 min readଭୁବନେଶ୍ୱର: ଦୀର୍ଘ ଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିବା ପରେ ନିୟନ୍ତ୍ରଣକୁ ଫେରିଥିଲା ପାମ୍ ଅଏଲର ମୂଲ୍ୟ । ତେବେ ଇଣ୍ଡୋନେସିଆ ପକ୍ଷରୁ ପୁନର୍ବାର ପାମ୍ ଅଏଲ୍ ରପ୍ତାନି ଉପରେ କଟକଣା ଲାଗୁ କରାଯାଇଛି । ଫଳରେ କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ତୈଳଦର ବୃଦ୍ଧିପାଇବାର ସମ୍ଭାବନା ରହିଛି । ମୁଦ୍ରାସ୍ଫୀତି କାରଣରୁ ଦେଶରେ ସମସ୍ତ ଖାଦ୍ୟ ପଦାର୍ଥ ଦର ଆକାଶ ଛୁଇଁଥିଲା । ତେଲ ଦର ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଅଚାନକ ଭାବରେ ଇଣ୍ଡୋନେସିଆ ତେଲ ରପ୍ତାନି ଆରମ୍ଭ କରିଥିଲା ।
ମେ ମାସରେ ତେଲ ରପ୍ତାନୀ ଆରମ୍ଭ ହେବା ପରେ ପୁଣି ଥରେ ହ୍ରାସ ପାଇଥିଲା ତେଲ ଦର । ତେବେ ତେଲ ଦର ହ୍ରାସ ପାଇଥିବା ପରେ ଇଣ୍ଡୋନେସିଆ ପକ୍ଷରୁ ଚଳିତ ସପ୍ତାହରେ ରପ୍ତାନି ଉପରେ ରୋକ୍ ଲଗାଯିବା ସହିତ ପୁଣି ଥରେ ସମସ୍ତଙ୍କୁ ସଙ୍କଟରେ ପକାଇଛି । ପୂର୍ବରୁ ମାସକୁ ୭.୫୫ ଲକ୍ଷ ଟନର ପାମ୍ ଅଏଲ ଆମଦାନୀ ହୋଇଥିବା ବେଳେଏହା ସିଧାସଳଖ ଭାବରେ ୪.୦୯ ଲକ୍ଷ ଟନକୁ ହ୍ରାସ ପାଇଛି ।