Pratidin TV

Odisha's Digital News Platform

ପାଣି ପାଇଁ ପଥରରେ ଛେଚି କଲେ ହତ୍ୟା, ଅଭିଯୋଗ ଆଣିଲେ ପରିବାର ଲୋକେ..

ବୌଦ୍ଧ : ସାମାନ୍ୟ ପାଣି ପାଇଁ ଘଟିଲା ଜଘନ୍ୟକାଣ୍ଡ । ଧାନ କ୍ଷେତରେ ପାଣି ବଳାଇବାକୁ କେନ୍ଦ୍ର କରି ଠେଙ୍ଗା ଓ ପଥରରେ ଛେଚି ଛେଚି ସଂଘବଧ ଭାବେ ହୋଇଛି ହତ୍ୟା ।ଜଣେ ବ୍ୟକ୍ତିକୁ ୩ଜଣ ମିଶି ହତ୍ୟା କରିଛନ୍ତି । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ କନେକପୁର ଗ୍ରାମରେ ଆଜି ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ବିରେନ ବିଶି ,ଧୀରେନ ବିଶି ଓ ପିଣ୍ଟୁ ବିଶି ତିନି ଭାଇ ସଂଘ ବଦ୍ଧ ଭାବେ ଠେଙ୍ଗା ଓ ପଥରେ ଆକ୍ରମଣ କରି ସେହି ଗ୍ରାମର ଅବଧୂତ ତରିଆଙ୍କୁ ମାରି ଦେଇଛନ୍ତି । ଏନେଇ ଅବଧୂତଙ୍କ ପରିବାର ପକ୍ଷରୁ ବାଉଁଶୁଣି ଥାନାରେ ହତ୍ୟାର ଅଭିଯୋଗ କରାଯାଇଛି । ଆକ୍ରମଣରେ ଲହୁଲୁହାଣ ହୋଇ ବିଲରେ ପହିଥିବା ବେଳେ ତାଙ୍କୁ ଅନ୍ୟ ଲୋକ ମାନେ ଏନେଇ ପରିବାରକୁ ଜଣାଇଥିଲେ ।

ଏଥିସହ ୧୦୮ ଆମ୍ବୁଲାନ୍ସକୁ ଡାକି ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୌଦ୍ଧ ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତରଙ୍କ ଅବଧୂତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପରେ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିବା ବେଳେ ୩ଜଣ ଅଭିଯୁକ୍ତଙ୍କ ନାଁ ଥାନାରେ ଅଭିଯୋଗ କରାଯାଇଥିଲେ । ଘଟଣା ସ୍ଥଳରେ ବାଉଁଶୁଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ତିନିଜଣଙ୍କୁ ବାଉଁଶୁଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ବାପାଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତକୁ ଯଥାଶୀଘ୍ର କୋଠର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର ।

Leave a Reply

Your email address will not be published. Required fields are marked *